STORYMIRROR

Tapan Kumar Swain

Children Stories Children

4  

Tapan Kumar Swain

Children Stories Children

ମାମୁ ଘର ଗାଆଁ ମୋ ପାଇଁ ସରଗ----

ମାମୁ ଘର ଗାଆଁ ମୋ ପାଇଁ ସରଗ----

1 min
35

କାହିଁ ଗଲା ସେଇ ପିଲାଦିନ ମୋର

ଅତୀତ ହୋଇଲା ଆଜି,

ମାମୁ ଘର କଥା ପାସୋରି ପାରିନି 

ସମୟ ଯାଇଛି ହଜି ।


ମାମୁ ଘର ଗାଆଁ ମନେ ପଡେ ମୋର 

ସକାଳେ ଉଠଇ ଯେବେ,

ମାମୁ ଘର ଗାଆଁ ପୋଖରୀର କଇଁ 

ଭୁଲି ପାରୁନାହିଁ କେବେ ।


ମାମୁ ଘର ଗାଆଁ ମୋ ପାଇଁ ସରଗ

ଅପରୂପ ତା'ର ଶୋଭା,

ସେ ଗାଆଁର ଧୂଳି ମୋ ପାଇଁ ଚନ୍ଦନ

ଆହା କେତେ ମନ ଲୋଭା ।


ମାଇଁ ହାତ ଗଢା ଆରିସା,କାକରା

ପୁର ପିଠା ଭଳି ଭଳି,

ତାଙ୍କ ପଣତର ସେନେହ ଆଦର 

ପାରି ହେବ ନାହିଁ କଳି।


ମାମୁ ମାଇଁ ତୁମେ ଶରଗରେ ଥାଅ

କୁନି ତାରା ଟିଏ ହୋଇ,

ସଞ୍ଜ ଆକାଶରେ ତୁମକୁ ଦେଖିବି

ମାଟି ଅଗଣାରେ ଥାଇ ।


ଭାବିବି ତୁମକୁ ସାରା ଜୀବନ ମୁଁ

ମାମୁ ଘର ଯିବି ଯେବେ,

ସତେକି ଯେମିତି ବୁଲି ଯିବା ପାଇଁ 

ଠିଆ ହୋଇଛ କି ଏବେ !


ମାମୁ ତୁମେ ଥିଲ ସ୍ନେହ ମମତାର 

ମାଟି ଅଗଣାର ଫୁଲ,

ତୁମ ସାଥେ ଆଜି ସରି ହେବ ନାହିଁ 

ହୀରା, ନୀଳା,ମୋତି ତୁଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍