STORYMIRROR

Tapan Kumar Swain

Children

4  

Tapan Kumar Swain

Children

ଆରେ ମେଘ ବରଷି ଯାଆ-

ଆରେ ମେଘ ବରଷି ଯାଆ-

1 min
6


ଆରେ ମେଘ ବରଷି ଯାଆ

ଶୀତଳ ହେଉ ଧରା,

ଜାଳି ଦେଲାଣି ମାଟିକୁ ଆମ

ବଇଶାଖର ଖରା ।


ଝାଉଁଳି ଅଛି ଗଛ ପତର 

ଫୁଟୁନି ଫୁଲ କଢ଼ି,

ପାରୁନି ପକ୍ଷୀ ଗଛ ଡାଳରେ

ବସା ଖଣ୍ଡିଏ ଗଢି ।


ତୋ' ବାଟ କହ କିଏ ଚାହିଁନି

ଗଛ ଲତା ଠୁ ଜୀବ,

ତୋ' ସାଥେ ପରା କେଉଁ କାଳରୁ 

ସଭିଙ୍କ ଅଛି ଭାବ ।


ତୋ' ପାଇଁ ପରା ରହିଛି ଚାହିଁ 

ଶୁଖିଲା ନଈ ପଠା,

ତୋ' ବିନା ଶୁଖି ଲଟକି ଅଛି

ଗଛ ଦେହରେ ଲଟା ।


ଆ'ରେ ମେଘ ବରଷି ଯାଆ 

ଛାଡ଼ି ଆକାଶ କୋଳ,

ଆସି ଗଲାଣି ଆଷାଢ଼ ମାସ

ବରଷିବାର ବେଳ ।



Rate this content
Log in

Similar oriya poem from Children