STORYMIRROR

Tapan Kumar Swain

Children

4  

Tapan Kumar Swain

Children

ମାମୁ ଘର ଗାଆଁ ମୋ ପାଇଁ ସରଗ

ମାମୁ ଘର ଗାଆଁ ମୋ ପାଇଁ ସରଗ

1 min
64


କାହିଁ ଗଲା ସେଇ ପିଲାଦିନ ମୋର

ଅତୀତ ହୋଇଲା ଆଜି,

ମାମୁ ଘର କଥା ପାସୋରି ପାରିନି 

ସମୟ ଯାଇଛି ହଜି ।


ମାମୁ ଘର ଗାଆଁ ମନେ ପଡେ ମୋର 

ସକାଳେ ଉଠଇ ଯେବେ,

ମାମୁ ଘର ଗାଆଁ ପୋଖରୀର କଇଁ 

ଭୁଲି ପାରୁନାହିଁ କେବେ ।


ମାମୁ ଘର ଗାଆଁ ମୋ' ପାଇଁ ସରଗ

ଅପରୂପ ତା'ର ଶୋଭା,

ସେ ଗାଆଁର ଧୂଳି ମୋ' ପାଇଁ ଚନ୍ଦନ

ଆହା କେତେ ମନ ଲୋଭା ।


ମାଇଁ ହାତ ଗଢା ଆରିସା,କାକରା

ପୁର ପିଠା ଭଳି ଭଳି,

ତାଙ୍କ ପଣତର ସେନେହ ଆଦର 

ପାରି ହେବ ନାହିଁ କଳି।


ମାମୁ ମାଇଁ ତୁମେ ଶରଗରେ ଥାଅ

କୁନି କୁନି ତାରା ହୋଇ,

ସଞ୍ଜ ଆକାଶରେ ତୁମକୁ ଦେଖିବି

ମାଟି ଅଗଣାରେ ଥାଇ ।


ଭୁଲି ପାରିବିନି ସାରା ଜୀବନ ମୁଁ

ମାମୁ ଘର ଯିବି ଯେବେ,

ସେ ଅଝଟ କଥା ଜାମୁକୋଳି ମୋତେ

କିଏ ତୋଳିଦେବ ଏବେ ।


ମାମୁ ତୁମେ ଥିଲ ସ୍ନେହ ମମତାର 

ମାଟି ଅଗଣାର ଫୁଲ,

ତୁମ ସାଥେ ଆଜି ସରି ହେବ ନାହିଁ 

ହୀରା, ନୀଳା,ମୋତି ତୁଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children