ମନ ନିରିମଳ କରି-
ମନ ନିରିମଳ କରି-
ମନ ନିରିମଳ କରି-
ଉଡି ଉଡି ଯାଏ କାଉ
ସକାଳରୁ ସଞ୍ଜେ ଏ ଗାଆଁ ସେ ଗାଆଁ
ହେଉ ଥାଏ ରାଉ ରାଉ ।
ଦେଉଳରେ ବସି ପାରା
କହିଲା କାଉକୁ ରାଉ ରାଉ ହେଉ
କହ କାହିଁ ଦିନ ସାରା ।
ଏଘର ସେଘର ଯାଉ
ଅଳିଆ ଅସନା ସଫା କରି ନିତି
କିଲାଭ କହିଲୁ ପାଉ ।
ଏତେ ଭଲ କାମ କରି
କହିଲୁ କିଏସେ ଦିନଟେ କହିଛି
ନୁହେଁ କେହି ତୋ'ର ସରି ।
କାଉ କହିଲାରେ ଭାଇ
କାହା ପରଶଂସା ଶୁଣିବାକୁ ଟିକେ
ସମୟ ମୋ ପାଖେ କାହିଁ ।
କାମରେ ଯାହାର ମନ
ତା'ପାଖେ ସମୟ ବଳିବ କୋଉଠୁ
ଶୁଣିବ ସେ କଥା ଆନ ।
ନିନ୍ଦା ପରଶଂସା କଥା
ମନରେ ନ ଭାବି କାମ କରିଗଲେ
ହେବ ନାହିଁ ମୁଣ୍ଡ ବଥା ।
ଭଲ କାମ ଟିଏ ପାଇଁ
ପକ୍ଷୀଟିଏ କରି ଜନମ ଦେଇଛି
ଆମକୁ ଜଗତ ସାଇଁ ।
କାହିଁ ହେବି କାହା ସରି
ଭଲ କାମ ସଦା ନିତି କରୁଥିବି
ମନ ନିରିମଳ କରି ।
ତପନ କୁମାର ସ୍ବାଇଁ
ଅଇବିଲି,ତିର୍ତ୍ତୋଲ,ଜଗତସିଂହପୁର
ମୋ -୯୦୪୦୦୩୩୩୯୦
