ଏତେ ସୁନ୍ଦର ଧରାର ଛବି --
ଏତେ ସୁନ୍ଦର ଧରାର ଛବି --
ଏତେ ସୁନ୍ଦର ଧରାରେ ଛବି
କିଏସେ ଦେଲା ସକାଳୁ ଆଙ୍କି
ଅନ୍ଧାର ଥିଲା ଘୋଟି,
ସାରା ମୂଲକେ ପକାଇ ଦେଲା
ସାତ ରଙ୍ଗର ଝୋଟି ।
ଜାତି ଜାତିକା ଫୁଟିଛି ଫୁଲ
ସତେକି ସିଏ ଅମୂଲ ମୂଲ
ଅଟକି ଯାଏ ଆଖି,
କିଏସେ ସିଏ ଫୁଲର ଦେହେ
ରଙ୍ଗ ଦେଇଛି ମାଖି ।
ଉଡ଼ି ଉଡ଼ିକା ପରଜା ପତି
କୋଉଠି ଥାଏ ଆସଇ କତି
ଫୁଲ ଦେହରେ ବସି,
କି କଥା ତାକୁ କାନରେ କୁହେ
ଫୁଲଟି ଦିଏ ହସି ।
ପୂରୁବ ଦିଗେ ନାଲି ସୁରୁଜ
ପତର ଫାଙ୍କେ ବୁଣେ ମୁରୁଜ
ବିଛେଇ ପଡେ ଖରା,
ସେହି ଖରାକୁ ଦେହେ ମାଖଇ
ମାଟିର ଏଇ ଧରା ।
ଯେତେ ଖୋଜଇ ଅଗଣା,ବିଲ
ସାଗର,ନଈ,ପାହାଡ ଖୋଲ
କେଉଁ ଦେଶ ତା' ଘର,
ଦେଖନ୍ତି ତାକୁ ଥରିଏ ହେଲେ
ଠିକଣା ଖୋଜି ତା'ର ।
ତପନ କୁମାର ସ୍ବାଇଁ
ମହାନଦୀ ବିହାର, କଟକ -୪
ମୋ - ୯୪୩୭୫୯୬୭୫୧
