ପ୍ରଜାପତି
ପ୍ରଜାପତି
ଦେଖିଲି ଗୋଟେ ଫୁଲ ଉପରେ
ବସିଛି ଏକ ପ୍ରଜାପତି ,
ଧରିବା ପାଇଁ ଗଲି ନିକଟକୁ
ହାତରୁ ମୋ ଗଲା ଖସି ।
ଧାଇଁଲି ଯେବେ ତା ପଛରେ
ଏକା ବଳ ଧ୍ୟାନେ ମୁହିଁ ,
ଉଡ଼ିକି ବସିଲା ଉଚ୍ଚ ଡାଳରେ
ଦେଖି ରହିଗଲି ତହିଁ ।
ଧରିବା ପାଇଁ ତାକୁ ମନ ମୋର
ହେଲା କାହିଁ ଏତେ ପ୍ରଖର ,
ନ ଭାବିଚିନ୍ତି ଗଛ ଉପରକୁ
ମାରିଲି ଏକ ପଥର ।
ଉଡିଗଲା ପୁଣି ଶୂନ୍ୟେ ଶୂନ୍ୟେ
ନଈ ଆର ପାରି ,
ଧରିବାର ମୋ ଥିଲା ଯେଁଉ ଆଶା
ସବୁ ଗଲା ସରି ।
ଭାବିଲି ମୁଁ ପଛକୁ ଚାହିଁ
ଧରିକି କରିଥାଆନ୍ତି କିବା ,
ପଂଖୁଡ଼ିକୁ ତାର ଛିନ୍ନ କରି
ମାରି ଦେଇଥାନ୍ତି ଅବା ।
ବୁଝି ମୁଁ ପାରି ନିଜ ଦୋଷ
ମାଗିଲି ଈଶ୍ୱରଙ୍କୁ କ୍ଷମା ,
କ୍ଷମା କର ହେ। ପ୍ରଭୁ ଦୟାସାଗର
ଭୁଲ କରିବିନି ଆଉ ଯମା ।