ହେ ଈଶ୍ୱର
ହେ ଈଶ୍ୱର
1 min
415
ସକାଳ ଚିତ କରି ମନୋହିତ
ତୁମ ନାମ ବସେ ଧରି
ହେ ଈଶ୍ୱର କରୁଣା କର
ଏ ସଂସାର ମାୟାରୁ କର ପାରି ।
ଦିନ ରାତି ସାରା ତୁମ ନାମ ଧରି
କରୁଥିବି ମୁ ଜପ
ତୁମ କରୁଣା ର ଉଆସରେ ରହି
କ୍ଷୟ ହୋଇ ଯିବ ମୋ ପାପ ।
ତୁମେ ଜଗତର ପିତା ସବୁ ଜାଣିଅଛ
ଶୁଣ ଭକତର ଗୁହାରି
ପାଦ ତଳେ ତମ ଶରଣ ପସେଇ
ନେଇ ଯାଅ ମତେ ଦାସ କରି ।
ଏ ସ୍ବାର୍ଥ ପର ସଂସାରେ ମୋର
ଆଉ ଲାଗି ନାହିଁ ମନ
ମଣିଷ ହିଁ ଏଠି ସାଜିଛି ରାକ୍ଷସ
ଧନ ଜମିବାଡ଼ି ପାଇଁ ନେଉ ଅଛି
ମଣିଷ ହିଁ ମଣିଷ ର ଜୀବନ ।
ଶେଷ ଇଛା ପ୍ରୁଭୁ ମାଗଇ ତୁମକୁ
ଧରି ତୁମ ଚରଣ
ଜୀବନ ଥିବା ଯାଏ
ତୁମ ସେବାରେ
ଯାଉ ଏ ଭକତ ର ପ୍ରାଣ ।।
