ବୃଦ୍ଧ ର ଆଶା
ବୃଦ୍ଧ ର ଆଶା
ପଶ୍ଚିମ ଦିଗର ସୂର୍ଯ୍ୟାସ୍ତ ଦେଖି
ଯେବେ ବସି ଭାବୁଥାଏ ମୁହିଁ
ସେ ଛୁଆ ଦିନର ଚିତ୍ରକଳ୍ପ
ଆଖି ଆଗରେ ଭାସୁଥାଏ ତହିଁ ।
ସେହି କାଳର କେତେ ଯେ ଛବି
ପଡୁଅଛି ମୋ ମନେ
ମନ କଥା ମନ କୁ ସିନା ଜଣା
ଆଉ କିଏ ବା ତା ଜାଣେ ।
ବାପାଙ୍କ ଆଙ୍ଗୁଳି ଧରି
ଦେଖୁଥିଲି କେତେ ଯେ ଉତ୍ସବ
କାନ୍ଧରେ ବା ପିଠିରେ ତାଙ୍କ
ବସୁଥିଲେ ଲାଗୁଥିଲା ଉତ୍ସାହ ।
ମାଆଙ୍କ ହାତରନ୍ଧା ଖାଇବାକୁ
ଲାଗେ ଯେ ମିଠା
ଖିଆଉଥିଲା ସ୍ନେହରେ ମତେ
କେତେ ଯେ ପିଠା ।
ବାପା ରାଗିକି ପିଟିଲେ ମାରିଲେ
ମାଆ ଆସୁଥିଲା ଧାଇଁ
କେତେ ସ୍ନେହ ଆଦର କରିଥିଲା
କୋଳକୁ ଟାଣି ନେଇ ।
ଗାଁ ଦାଣ୍ଡରେ ବୁଲୁଥିଲୁ ଆମେ
ସାଙ୍ଗ ସାଥି ମେଳେ
ଖେଳୁଥିଲୁ ନାନା ପ୍ରକାର ଖେଳ
ସନ୍ଧ୍ୟା ସମୟ ବେଳେ ।
ଯାଉଥିଲି ପଢିବାକୁ ବିଦ୍ୟାଳୟ
ସାଙ୍ଗସାଥୀ ସହ ମିଶି
ଘରକୁ ଫେରିଲା ପରେ
ଲାଗୁଥିଲା ଭାରି ଖୁସି ।
ଅତୀତର କାଳକ୍ରମେ ତାହା
ଆଜି ସବୁଗଲା ହଜି
ଦେଖ ହେ ସମୟ ଆସିଛି
କାଳ ର ଯମ ସାଜି ।
ବୃଦ୍ଧକାଳେ ମୋ ନୈତିକ
ସାହାସ ନାହିଁ
ଅପୂର୍ବ ଅତୀତ ବିଷାଦକୁ
ଝୁରି ମରୁଛି ମୁହିଁ ।
ସମୟରେ ମତେ ନେଇଯା ଅତୀତକୁ
ଶିଶୁ ବାଳକ କରି
ଯେମିତିକି ମାଆ କୋଳରେ ଲୋଚି ମୁଁ
ଆଉ ନ ପାରନ୍ତି ଫେରି ।
ଭାବିଲେ ତାହା ମନକୁ ମୋର
ଆହା କି ଲାଗେ ଦୁଃଖ
ଜାଣିଛି ମୁହିଁ ବର୍ତ୍ତମାନ କାଳେ
ପାଇବିନି ଆଉ ସେହି ସୁଖ ।
ସ୍ମରଣ କରି ଅତୀତକୁ ମୋର
ଆଖିରୁ ଝରିଲା ଲୁହ
ଧିରେ ଧିରେ କରି ପ୍ରାଣ ମୋ ଛାଡ଼ିଲା
ଖାଲି ରହିଗଲା ଦେହ ।
