STORYMIRROR

Narayan Sethi

Children Stories Tragedy Others

4  

Narayan Sethi

Children Stories Tragedy Others

ମା ର ସ୍ଥାନ ଏବେ

ମା ର ସ୍ଥାନ ଏବେ

1 min
374

ÿ

ଜନ୍ମ କରିଥିଲା ମା

ପୁଣି ରହିବାକୁ ବାସ ଗଢିଥିଲା

ଆଜି ପାଉନି ସେ

ତା ଗଢିଥିବା ବାସ

ଆଜି ରହିବାକୁ ଖୋଜୁଛି

ସେ ବୃଦ୍ଧାଶ୍ରମ ......!!

ଜନ୍ମ କରିଥିଲା ପୁଅକୁ

କେତେ ଆଶା ରଖି

ଅତି ଖୁସି ହୋଇଥିଲା

ତା ପୁଅ ଜନ୍ମ ପାଈଁ.....!!

ସେ ପୁଅ ଆଜି ବୁଝୁନି

ତା ରକ୍ତ ସମ୍ପର୍କକୁ

ତା ମନ ହୃଦୟରେ ନା

ତା ବାପ ଗଢିଥିବା ଘରେ

ଅଳ୍ପ ସ୍ଥାନ ଟିକିଏ ନାହିଁ......!!

ବାଃ ବାଃ ତୋ ପୁଅ ଜନମ

ମା ଗର୍ଭ ଯନ୍ତ୍ରଣା ପାଇ

କରିଥିଲା ତୋତେ ଜନମ

ତା ମହତ ରଖିଲୁ ନାହିଁ.....!!

ଯିଏ ସହିଯାଇଥିଲା

ତୋର ସବୁ ଅଳି ଅଝଟକୁ

ଆଜି ମା ବୁଢ଼ୀ ହେଇଗଲା ବୋଲି

ଲତା ମାରୁଅଛୁ ସେ ମା ପେଟକୁ.....!!

ଯିଏ ରଖିଥିଲା ତୋ ପାଈଁ

ଧନ ରୋଜଗାର ସମ୍ପତ୍ତି

ଆଜି ମାଗୁଛି ମା ଭିକ

ସେ ଗାଁ ଗାଁରେ ବୁଲି ବୁଲି.....!!

ଖେଳୁ ଖେଳୁ ପଡିଗଲେ

ଆହା କରିଦେଉଥିଲା ଯିଏ

ସେ ପାଇଁ ସମୟ ଟିକିଏ ନାହିଁ

ଆଧୁନିକ ଯୁଗରେ ପୁଅ ପରା ସିଏ....!!

ଆଖି ପୁଅର ଲୁହ ଦେଖୁନଥିଲା

ଯେତେ କଷ୍ଟ ହେଲେ ବି

ସବୁ ଅଳିକୁ ପୁରା କରୁଥିଲା

କିନ୍ତୁ

ଆଜି ମା କୁ ଖାଇବା ତ

ଦୂରର କଥା

ନିଜ ଘରେ ରଖିବାକୁ ବି

ସ୍ଥାନ ଅଳପ ଟିକିଏ

ମା ପାଈଁ ନିଅଣ୍ଟ ହୋଇଲା.....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍