STORYMIRROR

Narayan Sethi

Abstract Romance Others

3  

Narayan Sethi

Abstract Romance Others

ଯଦି କେବେ ତୁମେ

ଯଦି କେବେ ତୁମେ

1 min
236


ଯଦି କେବେ ତୁମେ ଦେଖା ହେବ

କହିବି ମୁଁ ମୋର ମନର କଥା

ଯଦି କେବେ ତୁମେ ମୋ ପାଖେ ବସିବ

ତୁମକୁ ଦେଖି କହିଯିବି ଏ ଆଖିରେ

ମୁଁ କେତେ ଭଲପାଏ ତୁମକୁ ।

ବୁଝିବ ତୁମେ ମୋତେ ,

କୋଳେଇ ନେବ ମୋତେ ତୁମ ଛାତିରେ

ଯଦି କେବେ ସ୍ୱପ୍ନରେ ଆସ

ମୋ ରାତି ଏମିତି କଟିଯାଏ

ଯଦି କେବେ ସତରେ

ମୋ ସାମ୍ନାକୁ ଆସ

ମୋ ମନ ହୃଦୟ

ତୁମ କୁ ଦେଖି ତରଳି ଯାଏ ।

ଯଦି କେବେ ତୁମେ

ମୋ ଭାବନାର ଆସ

ମୋ ମନ ଭିତରେ ଗଢିଯାଏ

ଗୋଟେ ସୁନ୍ଦର କଳ୍ପନାର ଘର

ଆଉ ସେ କଳ୍ପନାରେ

ତୁମେ ମୋର ଘରଣୀ

ଆଉ ମୁଁ ତୁମ ରାଜଉଆସର

ଏକା ଏକା ତୁମ ମଥାରେ ସିନ୍ଦୂର

ପୁଣି ମୁଁ ତୁମ ଜୀବନ ସାଥି

ତୁମ ହୃଦୟର ଏକ ମାତ୍ର ବର ।

ଯଦି କେବେ ସାଦା କାଗଜରେ

ମୋ ଭାବନାକୁ ବଖାଣେ

ମୋ ହାତର ଏଇ କାଳୀର କଲମରେ

କିଛି ଲେଖିଯାଏ ପୁଣି

ବେଶି ଭାବୁଥାଏ ।

କେମିତି ତୁମକୁ ମୋ ଆଖିରେ

ଏମିତି ସଜେଇ ରାଣୀ କରି ରଖିବି

ତାହା ଏଇ ହାତ କଲମରେ

ଶବ୍ଦକୁ ସାଉଁଟି ସାଉଁଟି

ଲେଖିଯାଏ ପ୍ରେମ କବିତା

ଆଉ ମିଠା ମିଠା ଲେଖେ କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract