STORYMIRROR

Narayan Sethi

Romance Fantasy Others

4  

Narayan Sethi

Romance Fantasy Others

କିଛି କହିବାର ଥିଲେ

କିଛି କହିବାର ଥିଲେ

1 min
271


କିଛି କହିବାର ଥିଲା

ତୁମ ମୁଁହ ଦେଖିଦେଲା ପରେ

ସବୁ କିଛି ଆପେ ଭୁଲିଯାଉଛି

କିଛି ଲେଖିବାର ଥିଲା

କିନ୍ତୁ ତୁମ ଭାବନାରେ ରହି

ସବୁ କିଛି ଭୁଲିଯାଉଛି ।

ମନର କଥା ପୁଣି

ଆଉ କିଛି ....

ନୁଆଁ ନୁଆଁ ପ୍ରେମର

ପ୍ରେମ ଭରା ଅନୁଭୂତି

ତୁମେ ମୋ ସ୍ବପ

ତୁମେ ହିଁ ....

ମୋ ମନ ହୃଦୟର ରାଣୀ

ହେଲେ ତଥାପି ମୁଁ

ତୁମକୁ କହି ନପାରି ଭୁଲିଯାଉଛି ।

ଭାବନାରେ ଆସି

ଏ ହୃଦୟକୁ ବାନ୍ଧି ରଖୁଛ

ପୁଣି ସ୍ବପରେ ଆସି

ମୋ ନିଦକୁ ଚୋରାଇ ନେଉଛ ।

କିଛି ସମୟ

ତୁମ ପାଖେ ବିତାଇବାର ଥିଲା

ହେଲେ ମୋ ନୀରବତା ପରା

ନା ତୁମକୁ କହିପାରୁଛି

ନା ତୁମକୁ ଭାବି କିଛି ଲେଖିପାରୁଛି ।

ଭାବି ଭାବି ବାସ ଦିନ ମୋର ବିତିଯାଉଛି

କହିବାକୁ ଭାବୁଛି

ଆଉ ସାହସ ବି କରୁଛି ହେଲେ

ତୁମକୁ ଦେଖି ମୁଁ କାହିଁକି

ମୋ ହୃଦୟ କଥାକୁ ଭୁଲିଯାଉଛି ।

କିଛି କହିବାର ଥିଲା

ତୁମ ମୁଁହ ଦେଖିଦେଲା ପରେ

ସବୁ କିଛି ଆପେ ଭୁଲିଯାଉଛି

କିଛି ଲେଖିବାର ଥିଲା

କିନ୍ତୁ ତୁମ ଭାବନାରେ ରହି

ସବୁ କିଛି ଭୁଲିଯାଉଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance