STORYMIRROR

Narayan Sethi

Others

3  

Narayan Sethi

Others

ହତାସିଆ ପ୍ରେମିକର ପ୍ରେମ

ହତାସିଆ ପ୍ରେମିକର ପ୍ରେମ

1 min
273


ଆଜି ଭାରି ମନେ ପଡୁଛ ହେ

ଆଗୋ ମୋର ପ୍ରିୟତମା

କାହିଁକି ଛାଡ଼ିଗଲ ଯେ

ମୋତେ

ଏମିତି ଏକା କରି

ତମ ବିନା ମୋତେ

ଆଜି କାଇଁ ଭଲଲାଗୁନି ଜମା

ମୁଁ ଭଲ ଲାଗିଲିନି କି ତମକୁ

କି ମୁଁ ଆଉ ମୋର ପ୍ରେମ


ପ୍ରେମର ବାହାନା କରି

ଛାଡ଼ିଗଲ ମୋତେ ତୁମେ

କରିଗଲ ମୋତେ ଏକ ଯାଯାବର

ମୋଟା ଅଙ୍କର ପଇସା ନାହିଁ ବୋଲି

ବୁଝିଲନି ମୋ ମନ

ମିଛି ମିଛିକା ପ୍ରେମ କରି

ଅଧା ବାଟରେ ବିଦାୟ ଦେଲ

ଛାଡି ଦେଇଗଲା ହାତକୁ ମୋର

ତମେ ଜିନିସ୍ ପିନ୍ଧି ବୁଲୁଛ

ଆଉ କୋଉ ବୟ ଫ୍ରେଣ୍ଡ ସାଥିରେ

କଣ ଫରକ ପଡୁଛି ଯେ ତୁମକୁ

ତୁମେ ତ ମର୍ଡନ ଯୁଗର

ମୋ ପାଇଁ ମର୍ଡନ ପ୍ରେମିକା ଗୋଟିଏ

ପାଖରେ ଥିଲେ ଗାଡି ମଟର

ତା ସାଙ୍ଗକୁ ସୁଟୁ ବୁଟୁ

ପୁଣି ଥିଲେ ଆଖିରେ ଚଷମା

ତୁମେ ବୁଝିଥାନ୍ତ ମୋ ପ୍ରେମକୁ

ଆଉ ପୁଣି ମୋ ହୃଦୟର ବେଦନାକୁ

ବୁଝିଗଲି ହେ ଆହେ ମୋର ପ୍ରେମିକା

ତୁମ ପ୍ରେମ କେବଳ

ମୋ ପାଇଁ ଥିଲା ଦେଖାଣିଆ

ଅଳପ ସମୟର ମୋ ଏ ପ୍ରେମର ଗଳପ

କିଆଁ ଦୁଃଖୀ ହେବି କି

କିଆଁ ହେବି ମୁଁ ଦେବଦାସ

ଯାଅ ତୁମେ ଉଡି ଯାଅ

ଆଉ କୋଉ ପ୍ରେମିକ ପାଖକୁ

ତମକୁ କଣ ଫରକ ପଡିବ ଯେ

କାହା ହୃଦୟ ଭାଙ୍ଗିଗଲେ

କେତେ ହୁଏ କଷ୍ଟ ସେ ପ୍ରେମିକକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍