STORYMIRROR

Narayan Sethi

Romance Others

3  

Narayan Sethi

Romance Others

ମୋ ପ୍ରେମ ପବିତ୍ର

ମୋ ପ୍ରେମ ପବିତ୍ର

1 min
368


ମନ ଟା ବୁଝୁନି ତୁମ ବିନା ସାଥି

ବାରମ୍ବାର ବାରମ୍ବାର ଖୋଜୁଛି

ଇଚ୍ଛା ହୁଏ ....ପ୍ରତିମୁହୂର୍ତ୍ତରେ...  

ତୁମ କୁ ଆଉ ତୁମ ହାତକୁ ଧରି

କେବଳ ଏଇ ମୁହୂର୍ତ୍ତରେ ନୁହେଁ

ପ୍ରତି ଜନ୍ମ ରେ .....ନୁହେଁ କି

ଆଉ ପ୍ରତି ନିଶ୍ୱାସ ରେ ....

ସାଥି ହୋଇ ଚାଲନ୍ତି କି ...????

ଗୋଟିଏ ମନ ହୃଦୟ ରେ

ତୁମେ ଆଉ ମୁଁ ଆମେ ଦୁହେଁ.........!!

ଅଜାଣତରେ ସିନା ଦେଖା ହେଇଗଲ

କିନ୍ତୁ ହୃଦୟରେ ଗୋଟେ ସ୍ଥାନ ନେଇଗଲ

ହେଇପାରେ ମୁଁ ତୁମକୁ ମୁଁହ ଖୋଲି

ତୁମ ଆଗରେ ତୁମ ଆଖି କୁ ଚାହିଁ କହିପାରିନି

କିନ୍ତୁ ମୁଁ ତୁମକୁ ବହୁତ ଭଲ ପାଈ ବସିଲି.......!!

ନା ଦିନ ରେ ....ନା ରାତି ରେ ....??

ମୋ ଏଇ ହୃଦୟ ଭାରି ଖୋଜୁଥିଲା

କାରଣ ଭଲ ପାଇବା ଜାଣି ନଥିଲି

ହେଲେ ତୁମକୁ ଦେଖିଲା ପରେ

ମୁଁ ମୋ ପ୍ରତିଟି ମୁହୁତରେ

ମୁଁ ମୋ ନୀରବତା ରେ

ତୁମ ଅନୁପସ୍ଥିତି କୁ ହିଁ

ମୁଁ ........ଭାରି ଖୋଜୁଥିଲି 

     ହଁ ...ମୁଁ.......ଭାରି ଖୋଜୁଥିଲି.......!!

ହେଲେ ମୁଁ କହିବା ଆଗରୁ

ତୁମେ ମୋତେ ତୁମ ହୃଦୟର କଥା କହିଛ

ହେଲେ ମୁଁ କହିବାକୁ ଚାହିଁବି ପାରିନି

କାରଣ ମୋ ନୀରବତା ହିଁ

ତୁମକୁ ବାଧ୍ୟ କରିଥିଲା

ମୋ ପ୍ରେମ କୁ ଠିକ ବୁଝିବାକୁ ......!!

କିନ୍ତୁ ଏଇ ଜନ୍ମ ରେ ତୁମେ

ହେଇ ନ ପାର କି ...? ମୁଁ ତୁମର

ହେଲେ ଆର ଜନ୍ମ ରେ ପାଇବି ସତରେ

ଏବେ ଯେଉଁଠି ଥାଅ ଖୁସି ରେ ଥାଅ

ମୁଁ ଅଭିମାନ କରିବିନି କି ଘୃଣା ବି ନୁହଁ

କାରଣ ମୋ ପ୍ରେମ 

ତୁଳସୀ ଠୁ ବି ସ୍ୱଚ୍ଛ ପବିତ୍ର ଥିଲା

ଆଉ ଆର ଜନମ ପାଇଁ ବି ପବିତ୍ର ରହିବ.....!!

ଏବେ କଥା ଦେଉଛି 

ଆର ଜନମ ରେ ପାଇବି ତୁମକୁ

ସାଇତି ରଖିଛି ସାଇତି ରଖିଥିବୀ

ଭୁଲିବିନି ଜମା ମୋ ପ୍ରିୟା ତୁମକୁ .....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance