STORYMIRROR

Prajna Paramita Mohanty

Others Children

4  

Prajna Paramita Mohanty

Others Children

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
60

ଭାରତ ବର୍ଷର  ଉତ୍କଳ ପ୍ରଦେଶେ

   ବାଲେଶ୍ଵର ଜିଲ୍ଲା ମଧ୍ୟେ

ଅବସ୍ଥିତ ଥିଲା  ଆମ ବିଦ୍ୟାଳୟ

  ନେଇ ଛାତ୍ରଛାତ୍ରୀ ବୃନ୍ଦେ ।୧।


ଥିଲୁ ଆମେ ଦିନେ  ଏଇ ବିଦ୍ୟାଳୟେ

   ହୋଇ ଏକ ଅନ୍ତେବାସୀ

ସାଙ୍ଗସାଥି ମେଳେ  କଟୁଥିଲା ଦିନ

   ହସଖୁସିରେ ଯେ ଭାସି ।୨।


ପ୍ରଭାତ ପ୍ରହରୁ   ରାତ୍ରେ ନିଦ୍ରା ଯାଏଁ

   ସବୁ ଥିଲା ଶୃଙ୍ଖଳିତ

ଛୁଟି ଦିନ ଅବା   କାର୍ଯ ବ୍ୟସ୍ତ ଦିନ

   ସବୁ ତ ଚିରାଚରିତ ।୩।


ବିଦ୍ୟାଅଧ୍ୟୟନ    ଯୋଗ ଓ ବ୍ୟାୟାମ

   ଅବା ଗଠନ ଚରିତ୍ର

ନିଃସ୍ଵାର୍ଥପରତା    ପରୋପକାରିତା

   ଥିଲା ଜୀବନର ବ୍ରତ ।୪।


ଶ୍ରବଣ-ପଠନ    ଭ୍ରମଣ-ଦର୍ଶନ

   କାର୍ଯକ୍ରମ ମନୋହରା

ଆହୁରି ବହୁତ    ଘଟଣା ରହିଛି

  ସ୍ମୃତି ସେ ଯେ ଅପାସୋରା ।୫।


ଏହାଛଡା ଅନ୍ୟ   ସାଂସ୍କୃତିକ କାର୍ଯେ

   ବିଦ୍ୟାଳୟରେ ପାଳନ

ସକ୍ରିୟ ଭାବରେ   ଜଡିତ ରହି ଯେ

   କରୁଥିଲୁ ମନୋରଞ୍ଜନ ।୬।


ସେବେକାର ଯୁଗେ  ପୁଅଝିଅ ମଧ୍ୟେ

   ନ ଥିଲା ଯେ ବିଷମତା

ଭାବିଲେ ଏବେ ମୁଁ   ଲାଗୁଛି ସତେ ତ

   ବଡ ଆଚମ୍ବିତ କଥା ।୭।


ପୁଣ୍ୟବନ୍ତ ସେ ଯେ   ଗୁରୁଜୀ-ଗୁରୁମା

   ଥିଲେ ଏହି ବିଦ୍ୟାଳୟେ

ନିଶ୍ଚିନ୍ତ ମନରେ    ବିତୁଥିଲା ଦିନ

   ରହି ଅଭୟ ଆଶ୍ରୟେ ।୮।


କୁଆଡେ ଗଲା ସେ  ସୁଖର ସମୟ

   କୁଆଡେ ଗଲା ସେ ଦିନ

ଭାବିଲେ ମନରେ  ପୁଲକ ଜାଗଇ

   ଆନମନା ହୁଏ ମନ  ।୯।


ଚାହୁଁ ଚାହୁଁ ଆଜି   ସମୟ ସ୍ରୋତରେ

   ପଚିଶି ବର୍ଷ ସେ ଗତ

ଛାତ୍ରଛାତ୍ରୀ ତାର   କେଉଁଠି କୁଆଡେ

  ଯେ ଯାହା ଅବସ୍ଥାପିତ ।୧୦।


ଘଟଣା ବହୁଳ  ଏବେକା ଜୀବନେ

   କିଛି ତ ପଡୁନି ମନେ 

କୈଶୋରର ସେଇ ସ୍ଵର୍ଣାଭ ମୂହୁର୍ତ୍ତେ

   ପାଦ ରହି ଯାଏ କ୍ଷଣେ ।୧୧।


ଧନ୍ୟ ଅଟେ ସେ ଯେ  ମୋର ବିଦ୍ୟାଲୟ

   ଜବାହର ନବୋଦୟ

ଈଶ୍ଵରଙ୍କ ପାଶେ   ଏତିକି କାମନା

  ହେଉ ସେ ମହିମାମୟ ।୧୨।


ନଥିଲା କେବଳ  ଜ୍ଞାନର ଭଣ୍ଡାର

   ଅବା ଏକ ଅନୁଷ୍ଠାନ

ସାଧନାର ପୀଠ,  ସିଦ୍ଧ କଳ୍ପବଟ,

   ଥିଲା ସରଗ ସମାନ ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍