ନିର୍ବାଣ ନିମଗ୍ନ
ନିର୍ବାଣ ନିମଗ୍ନ


ନିଜକୁ ତା'ପାଖୁ ପାରୁନି ଦୂରେଇ
ନିଶ୍ଵାସେ ବି ଲେଖା ନାଁ ତା'ର
ନିନ୍ଦି ପାରିବିନି ତଥାପି ତାହାକୁ(ଅଥଚ)
ନିନ୍ଦିତା ହେବାକୁ ଭାରି ଡର |
ନିର୍ବାଣ ମୁଁ ଯେ ଲୋଡେ ନାହିଁ ଆଜି
ନିମଗ୍ନ ହେବାକୁ ଚାହେଁ ମନ
ନିଦ ନାହିଁ ଆଜି ଆଖିରେ ମୋହର
ନିଶବ୍ଦେ ଦେଖୁଛି ତା'ର ସ୍ଵପ୍ନ |
ନିରୀହତା ମୋର ବନ୍ଧା ତା'ର ପାଶେ
ନିସର୍ତ୍ତ ପ୍ରେମରେ ଯାଉ ହଜି
ନିରବୀ ନିରବୀ ନୀରବ ରହିବି
ନିୟମେ ଅଟକ ଅଛି ଆଜି |