STORYMIRROR

Prajna Paramita Mohanty

Abstract Others

4  

Prajna Paramita Mohanty

Abstract Others

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

1 min
43

ସେ ସତ୍ୟ ହେଉ ବା ସର୍ତ୍ତରେ,

ସେ ଦ୍ଵିଧା ହେଉ ବା ଦ୍ଵନ୍ଦରେ,

ସେ ଆଶା ହେଉ ବା ଇର୍ଷାରେ,

ସେ ସ୍ପର୍ଦ୍ଧା ହେଉ ବା ଶ୍ରଦ୍ଧାରେ,

ସେ ଯୁକ୍ତ ହେଉ ବା ମୁକ୍ତରେ,


ସ୍ଵୀକୃତି ତଥା ସମ୍ମତିର ଆଶ୍ରାରେ

ପ୍ରତୀକ୍ଷାରତ ମୂହୁର୍ତ୍ତଗୁଡିକର ବେଦନାର

ପରିପ୍ରକାଶ-

        ନିର୍ଯ୍ୟାସ,

        ନିଷ୍କର୍ଷ,

        ନିର୍ଣ୍ଣୟ,

    ଅବା ନିଃଶେଷ !

    ଅବା ଏକ ନିରପେକ୍ଷ ଅଭିପ୍ରାସ |


ଏ ଯେଉଁ ଶୂନ୍ୟଭେଦୀ ଶବ୍ଦାୟନ

   ସେ ନୀରବ ପ୍ରତିବାଦ ବା ସମର୍ଥନ,

କ୍ଷଣର ସାଂଘାତିକ ବା ସ୍ଵାଭାବିକ ପଣ,

   'ଶୂନ୍ୟସ୍ଥାନ'ର ପୁନଃପୁନଃ ପ୍ରତିପୂରଣ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract