STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଟି ମୋହ

ମାଟି ମୋହ

1 min
140

ତୁମେ ତାକୁ ମୋହ ବୋଲି କହୁଛ ଯଦି କୁହ

ଚିନ୍ତା ନାହିଁ,

ମୋ ଅନ୍ଧ ପ୍ରେମର ଆଖ୍ୟା ଦେଉଛ ଯଦି ଦିଅ

ପରବାୟ ନାହିଁ। 

ମୁଁ କିନ୍ତୁ କହିବି ଯେ ମୁଁ ନିଜେ ଆବଦ୍ଧ ତା ନିରୁତା ଆକର୍ଷଣର

ଗାଢ଼ ଆସକ୍ତିରେ,

ମୋ ପ୍ରତିଟି ସଂଜ୍ଞା ନିରୂପିତ ହୁଏ ତା ଧୂଳିକଣାର

ଧୂସର ବିଭକ୍ତିରେ। 


ମୁଁ ବି ତା ଭିତରର କଣାଏ କଣିକା

ଓ ସେ ମୋ ପାଦକୁ ଜାବୁଡ଼ି ଧରିଥିବା ଏକ ସଶକ୍ତ ସାଧିକା

ସେଥିପାଇଁ ଆକାଶର ମହୁଆ ଇଶାରା ମୋତେ ଟାଣି ପାରି ନାହିଁ

କି ଦିଗନ୍ତର ସ୍ଥିର ସମ୍ମୋହନ ମୋତେ ହଜାଇ ପାରିନାହିଁ

କାରଣ ସେ ହେଉ ବା ମୁଁ, ଆମେ ଦୁହେଁ ଛନ୍ଦା ଏକ

ଅଛିଣ୍ଡା ମୋହ ଫାଶରେ

ମୋ ଅସ୍ତିତ୍ବ ତା ଭିତରେ ହଜିବା ପର୍ଯ୍ୟନ୍ତ। 


ଏକ ପ୍ରକାରର ମୋ ଭିତରେ ସେ ହିଁ ବଞ୍ଚେ,

ଓ ମୁଁ ଜୀବନକୁ ତା ଛାତିରେ ଆଙ୍କିବାକୁ ଉପାୟ ମାନ ପାଞ୍ଚେ

କେବେ ଯଦି ଖଣ୍ଡିଉଡା ଦିଏ ରାଗେନାହିଁ ସେ

କେଉଁଠି ବା ହଜିବି ! କେଉଁ ଅଚିହ୍ନା କୃଷ୍ଣଗର୍ତ୍ତରୁ 

କେମିତି କେଜାଣି ଖୋଜିଆଣେ ସେ

ମୁଁ ତା ବନ୍ଧନରେ ବନ୍ଧା ହୋଇ ବି ସ୍ଵାଧୀନ

ଓ ସେ ମୋତେ ନେଇ ଗର୍ବ କରୁଥିବା 

ଏକ ବାତ୍ସଲ୍ୟ ପିଣ୍ଡୁଳାଟିଏ ଅତ୍ୟନ୍ତ ପ୍ରାଚୀନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract