STORYMIRROR

Lata Behera

Abstract

3  

Lata Behera

Abstract

ନୀଳଚକ୍ର

ନୀଳଚକ୍ର

1 min
177


ତୋର ଶ୍ରୀମନ୍ଦିର ନୀଳଚକ୍ରେ ଜଗା

   ବାନା ଉଡେ ଫରଫର 

ଯିଏ ଆସେ ପାଖେ ନେଉ ତୁ କୋଳେଇ

    ନ ଥାଏ ଆପଣା ପର ।

ଖୋଲା ରଖି ଥାଉ ତୋ ସିଂହ ଦୁଆର 

   ତୋହରି ଭକତ ପାଇଁ 

ପାପୀ ଅବା ତପୀ ହେଇଥାଉ ସିଏ

    ନେଉ ତୁ ହାତ ବଢେଇ ।

ତୋ ପାଖରେ ଛୁଆଁ ଅଛୁଆଁ ନଥାଏ

ତୋ ମହାପ୍ରସାଦ ଯିଏ ଖାଇଥାଏ

    ହାତ ମାରେ ସେ ମୁଣ୍ଡର ।

ତୁ ଏକା ଭକତର ।


କେତେ ପୁଣ୍ୟ କରିଥିଲା ନୀଳଚକ୍ର 

    ଲାଗିଲା ମନ୍ଦିରେ ତୋର

ପତିତପାବନ ତୋହରି ଦେହରେ

    ଉଡୁ ଥାଏ ଫରଫର ।

ଭକ୍ତି ଭାବେ ଯିଏ ନୀଳଚକ୍ର ଚାହେଁ 

    ଜଗନ୍ନାଥ ଦେଖାଯାନ୍ତି 

ସକଳ ରିଷ୍ଟକୁ ଖଣ୍ଡନ କରିଣ

    ପାପକୁ ବିନାଶି ଥାନ୍ତି ।

ତୋ ନୀଳଚକ୍ରର କ'ଣ ଛାଇ ନାହିଁ 

ଦେଖି କେବେ ଜଗା ପାରିଲିନି ମୁହିଁ 

    ମନ୍ଦିରେ କଲି ନଜର ।

ଭିଡ ଥିଲା ଭକତର ।


ଯୁଆଡେ ଚାହିଁଲେ ତୋର ନୀଳଚକ୍ର 

     ଫର ଫର ଉଡୁଥାଏ

ଏଇ ମନ ଖାଲି ଚଗଲାମୀ ହୁଏ

    ତୋ ଆଡକୁ ଚାହୁଁ ଥାଏ ।

ତୋ ଅରୁଣ ସ୍ତମ୍ଭ ଆହାଃ କି ସୁନ୍ଦର 

    ସୁନ୍ଦର ତୋ ଚକାଆଖି

ଭୁଲି ତ ହୁଏନା ତୋ ସନ୍ଧ୍ୟା ଆଳତୀ

    ଆଖି ଯାଉ ଥାଏ ଲାଖି 

ତୋତେ ଦେଖୁଥିଲେ ଗରୁଡ ପଛରେ

ଚମକ ଖେଳଇ ମନ ହୃଦୟରେ 

   ତୋ ପାଦେ କୋଟି ଜୁହାର ।

ନୀଳଚକ୍ର ଟାଣେ ତୋର ।


ଶ୍ରୀମନ୍ଦିର ଉଚ୍ଚତା ଛ'ଷଠି ମିଟର

    ଚୂଡାରେ ରହିଛୁ ତୁହି

କୋଟି କୋଟି ଭକ୍ତ ତନୁ ମନ ସବୁ

   କ୍ଷଣିକେ ନେଉଛୁ ମୋହି ।

ବଡ ଦାଣ୍ଡ ଥାଇ ଭକତ ଦେଖିଲେ

    କେତେ ହେଇଯାନ୍ତି ଖୁସି

କି ମନ୍ତର କରୁ ସତେ ନୀଳଚକ୍ର 

   ଆସନ୍ତି ହେଇ ଆକର୍ଷି ।

ରଥେ ଜଗନ୍ନାଥ ଯେବେ ବସିଥାନ୍ତି 

ତୋତେ ସିଏ ପୁଣି ସାଥେ ଆଣିଥାନ୍ତି 

     କରନ୍ତି ନି କେବେ ଅନ୍ତର ।

ସିଏ ଏକା ଭକତର ।



Rate this content
Log in

Similar oriya poem from Abstract