STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ବଡ଼ଦିନ ପର୍ବ

ବଡ଼ଦିନ ପର୍ବ

1 min
178


ଯୀଶୁଖ୍ରୀଷ୍ଟଙ୍କର ଏ ଜନ୍ମ ଦିନରେ

କିଏ କେଉଁଠାରେ ଅଛ

ମିଳିତ ହୋଇକି ଭାଇଚାରା ପାଇଁ

ଆସ ହଟାଇବା ମିଛ ।


ପ୍ରତିଟି ଜୀବଙ୍କୁ ଭଲ ହିଁ ପାଇବା

କାର୍ପଣ ହେବାନି କେହି

ସ୍ନେହ ଆଉ ପ୍ରେମ ଅର୍ପଣ ସହିତ

ଜଗତ କଲ୍ୟାଣ ଚାହିଁ।


ହିଂସା ଆଉ ଦ୍ୱେଷ ପରଶ୍ରୀକାତର

କାହାକୁ ଫିଙ୍ଗିବା ନାହିଁ

ସଭିଏଁ ଜଗତେ ଜୀବ ନୁହେଁ ଶିବ

ଏ ଭାବ ହୃଦୟେ ଥୋଇ।


ଯୀଶୁଖ୍ରୀଷ୍ଟ ପରି ବଳିଦାନ ହେଉ

ମିଥ୍ୟା ପରି ପାପ ଫିଙ୍ଗି

ସତ୍ୟର ମଙ୍ଗରେ ଯାଇକି ବସିବା

ଅପକର୍ମ ଦେଇ ଟାଙ୍ଗି।


ଜଗତ କଲ୍ୟାଣ ପାଇଁକି ସଭିଏଁ

ଏକତାର ମନ୍ତ୍ରଧରି

ଜାତି ଧର୍ମ ଲିଙ୍ଗ ଭୁଲି ଆଜିକାଲି

ଭୁଲିବା ସଂସାରେ ଘୂରି।


ପ୍ରେମର ହାଟରେ ସଉଦା କରିବା

ଧର୍ମ ସମୁଦ୍ରରେ ବୁଡ଼ି

ଦେହ ଆଉ ମନ ପବିତ୍ର କରିବା

ଜୀବନ ନେବା ସଜାଡ଼ି।


ପୁଅ କହୁଥିଲା ଆହେ ବାପା ମାଆ 

ଆଜି ମୋର ଜନ୍ମ ଦିନ

କେଉଁ ପୁଣ୍ୟବଳେ ଜନ୍ମଦେଇ କଲ 

ଯୀଶୁଖ୍ରୀଷ୍ଟ ପରି ଧନ୍ୟ।


ମନ ଗହନରୁ ପୋଛିବି ମଇଳା

ପରହିତେ ଦେବି ମନ

କର୍ମର ଅଧୀନ ପ୍ରତିକ୍ଷଣ ହେବ

ସାର୍ଥକ ହେବାକୁ ପ୍ରାଣ।


ବଡ଼ଦିନ ପର୍ବ ଆଣି ଦେଉ ଆଜି 

ସୁଖ ଓ ସମୃଦ୍ଧ ଚିଜ

ଭାଇଚାରା ସହ ଜୀବନ ଶୈଳୀକୁ

ବଦଳିବା ପାଇଁ ଭଜ।


ଭାଇ ବନ୍ଧୁ ସବୁ ଆଶୀର୍ବାଦ ଦିଅ

ହଟୁ ମୋ ଜୀବନେ ଭ୍ରମ

ଯୀଶୁଖ୍ରୀଷ୍ଟ ପରି ନ ହୋଇଲେ ନାହିଁ  

ଫୁଟିବି ଫୁଲଙ୍କ ସମ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract