STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଆରାଧ୍ୟ ଆମର କୃଷ୍ଣ ରାମ ଜଗା

ଆରାଧ୍ୟ ଆମର କୃଷ୍ଣ ରାମ ଜଗା

1 min
131


ହୃଦେ ଗୁଞ୍ଜୁ ଥାଉ   କୃଷ୍ଣ ରାମ ଜଗା

    ମୁଖେ ନାମ ନିରନ୍ତର

ମନୁଷ୍ୟ ଜୀବନେ   ଏହୁତ ଆରାଧ୍ୟ 

     ଅଟନ୍ତି କରୁଣାକର !!


ଧରି କୃଷ୍ଣ ରୂପ  ‌   ପ୍ରଭୁ  ଚକ୍ରଧର

   ପ୍ରେମ ପ୍ରୀତି ଶ୍ରଦ୍ଧା ଦେଲେ 

ଲମ୍ପଟ ରାବଣ   ଥିଲା ଅତ୍ୟାଚାରୀ 

    ପ୍ରଭୁଶ୍ରୀରାମ ମାରିଲେ !!


ଗୁଞ୍ଜେ ପୁରୀଧାମେ  କାଳିଆ କାଳିଆ

     ପରା ଜଗା ଦାରୁବ୍ରହ୍ମ 

ଏହୁ ସୃଷ୍ଟିକର୍ତ୍ତା     ଜଗତ ଈଶ୍ୱର

     କୃଷ୍ଣ ରାମ ପରଂବ୍ରହ୍ମ !!


ନେତ୍ରେ ଦିଶୁ ଥାଉ  କୃଷ୍ଣ ରାମ ରୂପ

     ଦିଶୁ ଥାଉ ଦାରୁବ୍ରହ୍ମ

ଏତିକି କରୁଣା     କର ତୁ ଅନନ୍ତ 

    ଅଟୁ ତୁ ସାକ୍ଷାତ ବ୍ରହ୍ମ !!


ଶ୍ରୀରାମ ଶ୍ରୀରାମ ବାଲ୍ୟରୂପ ତୋର

    କରିବ ଭକ୍ତ ଦର୍ଶନ

ପାଞ୍ଚଶହ ବର୍ଷ    ସପନ ସାକାର

     ଗର୍ବିତ ଯେ ଜନଜନ !!


ଦିବ୍ୟଭବ୍ୟ ଜ୍ୟୋତି ଶ୍ରୀରାମ ମନ୍ଦିର 

    ତୁଳନାରେ ନାହିଁ ତା'ର

ରାମ ସନାତନ   ମର୍ଯ୍ୟାଦା ପୁରୁଷ 

    ଗୁଞ୍ଜେ ରାମନାମ ପୁର !!


ତାଙ୍କ ବାଲ୍ୟରୂପ  ପ୍ରାଣ ଯେ ପ୍ରତିଷ୍ଠା

    ହେବ ଦିବ୍ୟ ମନ୍ଦିରରେ

ବାଇଶି ତାରିଖ   ଜାନୁଆରୀ ମାସ

   ଚବିଶ ଦୁଇ  ହଜାରେ !!


ଅନୁପମା ଦୃଶ୍ୟ   ଦେଖିବ ଦୁନିଆ

   ବାଲ୍ୟକାଳ ରୂପେ ରାମ

ଆଜିଠାରୁ ଗୁଞ୍ଜେ  ଶ୍ରୀରାମ ଶ୍ରୀରାମ

  ମର୍ଯ୍ୟାଦା ପୁରୁଷ ରାମ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract