STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ପ୍ରତାରଣାର ଆଶ୍ରୟ ?

ପ୍ରତାରଣାର ଆଶ୍ରୟ ?

1 min
154


ବିପଦ ସମୟରେ ଧୈର୍ଯ୍ୟ ଶକ୍ତିକୁ ହରାଇବନି ଯେବେ

ଧୈର୍ଯ୍ୟବଳରେ ତରିଥାନ୍ତି ପ୍ରାଣୀ ସାହାସ ଯଦି ରଖିବେ 


ପୋତ ଭଗ୍ନ ହୋଇଲେ, ଅତଳ ସାଗର ଗର୍ଭରେ, ଯଥା

ଧୈର୍ଯ୍ୟଶାଳୀ ବ୍ୟକ୍ତି ଯାତ୍ରାରେ ପାରି ହେବାକୁ ଚେଷ୍ଟା, ତଥା


ଜୀବନର ଉଦ୍ଦେଶ୍ୟକୁ ଥରେ ଜାଣି ପାରିଲେ ମଣିଷ ଜାଣ

ଧୈର୍ଯ୍ୟବଳରେ, ଉଦ୍ଦେଶ୍ୟ ହାସଲରେ, ଲାଗି ପଡେ ଜାଣ


ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାରଥୀଗଣ ଯେତେ

ଧୈର୍ଯ୍ୟରଖି ସଂଗ୍ରାମ ପଥେ ଲୁହ ଲହୁ ଭୋଗିଥିଲେ କେତେ


ଉଦ୍ଦେଶ୍ୟ ହାସଲ ଅର୍ଥେ ସେମାନଙ୍କର ଆତ୍ମବଳିଦାନକୁ

ଆମେ ସ୍ୱାଧୀନତା ପରେ, ପୁରା ଭୁଲି ଯାଇଛେ ତ ତାକୁ


ମନରେ ବାନ୍ଧିଛେ ରାତା ରାତି କିପରି କୋଟିପତି ହେବା

ପ୍ରତାରଣାର ଆଶ୍ରୟ ନେଇ ବିଶ୍ୱକୁ ସ୍ୱପ୍ରଶଂସା ଦେଖାଇବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract