STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ନବବର୍ଷ-୨୦୨୩

ନବବର୍ଷ-୨୦୨୩

1 min
167


ନବବର୍ଷ ତୁମେ ଆସୁଅଛ ବୋଲି

ଘର ପରିବେଶ ସଫା

ରାତ୍ରିର ଆକାଶେ ପୂର୍ଣ୍ଣମୀ ତିଥିଟା

ଯେମିତି ଦିଶଇ ତୋଫା।


ଦେହକୁ ମଇଳା ଦିନେ କରିଥିଲି

ପୁରୁଣା ବର୍ଷରେ ଯେବେ

ଗଙ୍ଗାରେ ତର୍ପଣ ପୁରୀରେ ପୂଜନ

କରିକି ପବିତ୍ର ଏବେ।


ଶୋଷଣ କରିଛି ପର ତଣ୍ଟି ଚିପି

ବଢ଼ାଇଛି ପାପ ଧନ

ପୁଣ୍ୟ ଅର୍ଜନକୁ ଧରିବା ପାଇଁକି

ବାଣ୍ଟୁଛି କାନିକା ଜାଣ।


ବିନା ମୂଲ୍ୟେ କେତେ ବସ୍ତ୍ର ବିତରଣ

ବୈତରଣୀ ନଦୀ ଘାଟେ

ସ୍ଵୟଂ ଗୁପ୍ତଗଙ୍ଗା ଦେଖିବା ପାଇଁ କି

ହିଂସା ଦୂରେଇଛି ହାତେ।


ନବବର୍ଷ ତୁମେ ପ୍ରେମରେ କୋଳେଇ

ଧର୍ମ ହୃଦେ ପୂରେଇବ

ପରକୁ ଆପଣା ଭାବି ଭାଇଚାରା

ମନେ ଆଣି ଥୋଇଦେବ।


ଅନୁତାପେ ସଢ଼ି କ୍ଷମା ମାଗୁଅଛି

ତୁମରି ଚରଣେ ଆଜି

ମୁକ୍ତିର ପଥରେ କଢ଼େଇକି ନେବ

ଭବଜଳେ ଖୋଜି ଖୋଜି।


ଜଗତ କଲ୍ୟାଣ ଚାହିଁଛି ଏ ପାପି

ତପ ସହ ଧର୍ମ କରି

ତରଙ୍ଗ ସଦୃଶ ଅସ୍ଥିର ମନକୁ 

ତୁମରି ପାଦେ ଅନୁସରି।


ଥାନ ଟିକେ ନାହିଁ ବସିବା ପାଇଁକି

ପାହାଡ଼ ସଦୃଶ ଧନ

ଶାନ୍ତିମିଳୁ ନାହିଁ ଚୋରର ଭୟରେ

ଅନିଦ୍ରା ମୁଁ ରାତିଦିନ?


ଧନର ପଛରେ ଗୋଡ଼େଇ ଗୋଡ଼େଇ

ପାପିରେ ଗଣା ମୁଁ ହେଲି

ସଭିଏଁ କହିଲେ କଞ୍ଜୁସର ଧନ

ଦେଖ ତ ପାହାଡ଼ ଖୋଲି।


ନୂଆ ବର୍ଷ ତୁମେ ସଦୟ ହୋଇକି 

ଫୋଛିଦେବ ମୋ କାଳିମା

ଚିଟା ପରି ଲାଖି ଯାଇଛି ଦେହରେ

ଭୂମା ହୁଅ ଅବା ଊମା।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract