STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଖୁସି ଘେନି ଆସ ନୂଆ ବରଷ

ଖୁସି ଘେନି ଆସ ନୂଆ ବରଷ

1 min
116


ନେଇ ରାମରାଜ୍ୟ ପରା ଆସୁଛି ବରଷ


ଶୁଭେ ଚତୁର୍ଦ୍ଦିଗ ମର୍ତ୍ତ୍ୟେ ମର୍ଯ୍ୟାଦା ପୁରୁଷ 


    ପ୍ରାଣ ଯେ ପ୍ରତିଷ୍ଠା ପ୍ରଭୁଙ୍କ


ଦର୍ଶନ କରିବ ଭକ୍ତ ବାଲ୍ୟରୂପ ତାଙ୍କ !!


କରିବା ବିଦା ଯେ ଦୁଇ ହଜାର ତେଇଶି


ନାଚିବା ଆନନ୍ଦେ ଅତି ହୋଇଣ ଯେ ଖୁସି 


     ହେବା ଆତ୍ମନିର୍ଭରଶୀଳ


ନୂଆ ବର୍ଷ ଦେବ ରାଷ୍ଟ୍ରେ ସମ୍ମାନ ସକଳ !!


ଗୁଞ୍ଜୁଛି ବିଶ୍ବରେ ମନ୍ତ୍ର ସତ୍ୟ  ଅହିଂସାର


ଚନ୍ଦ୍ରଲୋକେପାଦ ଦେଲା ରାଷ୍ଟ୍ରଯେ ଆମର


    ତ୍ରିରଙ୍ଗା ଉଡୁଛି କୀର୍ତ୍ତିର


ହେବ ବିଶ୍ବ ଗୁରୁ ପରା ଏ ଦେଶ ରାମର !!


ଖୁସି ଘେନି  ଆସ ନୂଆ ବରଷ ଅପର


ନୂଆ ନୂଆ କୀର୍ତ୍ତ ଲେଖୁ ଏ ରାଷ୍ଟ୍ର ଆମର


     ଦିବ୍ୟ ଭବ୍ୟ ରାମ ମନ୍ଦିର


ବାଲ୍ୟରୂପ ଦର୍ଶନ ଟି କରିବ ସଂସାର !!


ଅମୃତ ଏ କାଳ ପରା ଭାରତବର୍ଷର


ଆତ୍ମନିର୍ଭର ଟି ଯୁବ ଯୁବତୀ ଆମର


     ନୂଆ ଇତିହାସ ଲେଖିବ


ଶାନ୍ତି ଅହଂକାର ମନ୍ତ୍ର ବିଶ୍ବକୁ ଯେ ଦେବ


ଜ୍ଞାନର ସେ ଜ୍ୟୋତି ଦେବ ନୂଆ ଏ ବରଷ


ରାଷ୍ଟ୍ର ଭକ୍ତି ପ୍ରୀତି ଶ୍ରଦ୍ଧା କର୍ମର ସନ୍ଦେଶ


     ନୂଆ ନୂଆର ଆବିଷ୍କାର


କରିବ ରାଷ୍ଟ୍ରରେ ଯୁବା ବୈଜ୍ଞାନିକ ଯାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract