STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୂଆ ଆଶା

ନୂଆ ଆଶା

1 min
167


ନୂଆ ଆଶା ନେଇ ଆସୁଛି ବରଷ

ଦୁଇ  ହଜାର  ଚବିଶି

ପ୍ରାଣ ଯେ ପ୍ରତିଷ୍ଠା ରାମ ବାଲ୍ୟ ରୂପ

ଜାନୁଆରୀ ଏ ବାଇଶି !!


ରାମରାଜ୍ୟ ପରି ଶାସନ ଆଭାସ 

ସଙ୍କେତ ପରା ଦିଶୁଛି

ସତ୍ୟ ଅହିଂସାର ବହିବ ପବନ 

ଅଭାବ ନ ଥିବ କିଛି !!


କାହିଁ କି ନା ଏବେ ଆତ୍ମନିର୍ଭରଟି

ପବିତ୍ର ଭାରତବର୍ଷ

ଯୁବ ଓ ଯୁବତୀ ପ୍ରଗତି ପଥରେ

ଚତୁର୍ଦ୍ଦିଗ ଯେ ଉଲ୍ଲାସ !!


ନୂଆ ଇତିହାସ ଯୁବା ଲେଖୁଛନ୍ତି 

ଚନ୍ଦ୍ରଲୋକେପାଦ ଦେଲେ

ତ୍ରିରଙ୍ଗା ଉଡୁଛି ଚନ୍ଦ୍ରର ବକ୍ଷରେ 

ଗର୍ବିତ ରାଷ୍ଟ୍ରକୁ କଲେ !!


ନୂଆ ଆବିଷ୍କାର ହେଉଛି ରାଷ୍ଟ୍ରରେ

କରନ୍ତି ଯୁବା ଯୁବତୀ

ଆହୁରି କରିବେ ଆଣିବେ ଗୌରବ 

ବରଷ ନୂଆ ଆସୁଛି !!


ଧର୍ମ ସନାତନ ଗୁଞ୍ଜୁଛି ରାଷ୍ଟ୍ରରେ

ରାମ ନାମ ଯେ ଶୁଭୁଛି 

ବର୍ଷ ପାଞ୍ଚଶହ ପରେ ଏ ସମୟ

ଅମୃତ କାଳ ଆସିଛି !!


ଆନନ୍ଦ ଉଲ୍ଲାସ ହୁଏ ଅଙ୍କୁରିତ 

ହେବେ ରାମ ଆଗମନ

ଶାସନ ରାଷ୍ଟ୍ରର କୀର୍ତ୍ତି ରାମରାଜ୍ୟ 

ହେବଟି ରାଷ୍ଟ୍ରେ ସୃଜନ !!


ଚାହିଁ ରହି ଛନ୍ତି ନରନାରୀ ଗଣ

ନୂଆ  ବରଷର ଧ୍ୟାନ 

ନୂଆ କଳେବର ଦେଖିବ ପ୍ରଭୁଙ୍କ 

ଅଯୋଧ୍ୟା ଭୁବନେ ଜନ !!


ଅମୃତ ଏ କାଳ  ନୂତନ ଉମଙ୍ଗ

ଯୁବା ଓ ଯୁବତୀ ମଧ୍ୟ

ଗୌରବର ଗାଥା ଲେଖିବ ଭାରତ 

ଅସାଧ୍ୟ କରିବ ସାଧ୍ୟ !!


ମଙ୍ଗଳମୟ ଯେ କରିବ ବରଷ 

ହେବ ସବୁ ସୁଖମୟ 

ପ୍ରଗତି ଉନ୍ନତି କରିବ ଭାରତ

ରାଷ୍ଟ୍ର ପରା ରାମ ମୟ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract