STORYMIRROR

Jagannath Das

Abstract Inspirational

3  

Jagannath Das

Abstract Inspirational

ବୋଇତ ବଂଦାଣ ଦିଏ ବାରତା

ବୋଇତ ବଂଦାଣ ଦିଏ ବାରତା

1 min
164

ବୋଇତ ବଂଦାଣ ଦିଏ ବାରତା

କହେ ଉତ୍କଳ ର ବାଣିଜ୍ୟ ଗାଥା


ବୋଇତ ବଂଦାଣ ଦିଏ ବାରତା

କହେ ଉତ୍କଳ ର ବାଣିଜ୍ୟ ଗାଥା

ବାଜଇ ଗୋ ନହବତ ମୃଦଂଗ ମାଦଳ

ମନ୍ଦିର ଦୁଆରୁ ଓଡିଆଣୀ -କହେ ବେପାର କଥା...


ସବୁକଥା ଭାବିଲେ ଯା,ଆଖିଛଳ ଛଳ

ପୁରୁଣାକଥା ଭାବିଲେ ବହିଯାଏ ଝାଳ

ସେହିକଥା,ଆଉ ଗାଥା ଶୁଣି ଶୁଣି

ସାର ହୁଏ ବୁକୁଫଟା ସକରୁଣ ବ୍ୟଥା....


କାର୍ତ୍ତିକ ପୂର୍ଣ୍ଣମୀ ଏଇ ପ୍ରାତ ସମୟେ

ବୋଇତ ବଂଦାଇ ସ୍ତିରୀ ଆଗେଇ ଦିଏ

ଏକ ଏକ ସ୍ବର୍ନ ମୁଦ୍ରା-ପାଟ ଯଥା ହାତେ

ଘେନିଣ ଫେରନ୍ତି ବୈଶ୍ୟ-ଖୁସି ହୋଇ ଯଥା...


କାହିଁ କେତେ ଦୁର ଯାଇ କରେ ବାଣିଜ୍ୟ

ଫେରିଲେ ଓଡିଷା ସିଏ ହୁଅଇ ପୁଜ୍ୟ

ଧୀରେ ଧୀରେ ପଦେ ଆସ ଲୋ ସତ୍ବର -ଗୋ ମଂଦଗାମିନୀ ସୁତା..


ମନେହୁଏ ଏହିପରି ଯାନ୍ତା ରାତି ପାହି

ପୁର୍ବର ଓଡିଆ ଏବେ ଯାଇଛନ୍ତି ଶୋଇ

ଡାକୁଛି କୋକିଳା ଏବେ ଟିକେ ରହିରହି

ପୁରୁବ କଥା ତାର ହୃଦେ ଦିଏ ବ୍ୟଥା..


ଆ କା ମା ବଇ ,ଆଜି କେବଳ ଅଛଇ 

ଏବେବି ମନେ ପକାନ୍ତି ଏଇ ଓଡିଆ ଭାଇ

ବୋଇତ ନାହିଁ କି ବଂଦାଣ ନାହିଁ

ଆଜିବି ମନେ ପକାନ୍ତି କଥା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract