STORYMIRROR

Kartik chandra panda

Abstract

3  

Kartik chandra panda

Abstract

ନୂଆ ବରଷ ଆସିଲା

ନୂଆ ବରଷ ଆସିଲା

1 min
148

 

ପ୍ରତୀକ୍ଷା ର ଅନ୍ତ ଘଟି ଗଲା ଏବେ ନୂଆ ବରଷ ଆସିଲା

 ଠନ ଠନ ହୋଇ ମୋ କାନ୍ଥ ଘଣ୍ଟାରେ ରାତି ବାରଟା ବାଜିଲା

 ଆସିଛ ଧରାକୁ ହେ ନୂଆ ବରଷ ନୂଆ ସମ୍ଭାବନା ନେଇ

 ନୂଆ ଆଶା ନୂଆ ବିଶ୍ୱାସ ଭରସା ସାଥିରେ ଆଣିଛୁ ତୁହି

 ସୁଖ ଶାନ୍ତି ଭରି ଦିଅ ସର୍ବ ମନେ ବିଷାଦ କୁ ଦୂର କରି

 ଖୁସିରେ ରଖନ୍ତୁ ପ୍ରଭୁ ଜଗନ୍ନାଥ ସବୁ ଦୁଃଖ ଯାଉ ମରି

 ହେ ନୂଆ ବରଷ ଭରିଦେ ହରଷ ମୋ ପ୍ରୀୟ ଜନ ଙ୍କ ମନେ

 ତେଇଶି ର ଦୁଃଖ ଅବସାଦ ଭୁଲି ଶାନ୍ତି ବାର୍ତ୍ତା ଫୁଙ୍କ କାନେ

 ମଙ୍ଗଳ ଦାୟକ ହୁଅ ନବ ବର୍ଷ ମଙ୍ଗଳେ ରହନ୍ତୁ ସର୍ବେ

 ଚବିଶ ମସିହା ବିଶ୍ୱ ଇତିହାସେ ଶାନ୍ତି ବର୍ଷ କୁହ ଗର୍ବେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract