Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Inspirational

4  

Kartik chandra panda

Inspirational

ଉତ୍ତପ୍ତ ଧରଣୀ ଅସହ୍ୟ ହେଲାଣି

ଉତ୍ତପ୍ତ ଧରଣୀ ଅସହ୍ୟ ହେଲାଣି

1 min
5



ଉତ୍ତପ୍ତ ହେଲାଣି ଧରଣୀ ସୂର୍ଯ୍ୟ ତାପ ପ୍ରଖର

ପ୍ରଚଣ୍ଡ ଉତ୍ତାପେ ଜଳୁଛି ଗ୍ରାମ ଠାରୁ ସହର ।

ଅସହ୍ୟ ହେଲାଣି ତାତି ଯେ ବଢ଼ି ବଢ଼ି ଚାଲିଛି

ଦିନ ତାପମାତ୍ରା ବଢ଼ି ଣ ଛାୟାଳିଶ ଛୁଇଁଛି ।

ନଦୀ, ନାଳ ଶୁଷ୍କ ହେଲାଣି ନାହିଁ ଟୋପାଏ ଜଳ

ଜଳ ବିନା ସର୍ବ ପ୍ରାଣୀଏ ହେଉଛନ୍ତି ବିକଳ ।

ରହି ହେଉନାହିଁ ବାହାରେ ବହେ ଝାଞ୍ଜି ପବନ

ସୁରକ୍ଷିତ କେହ୍ନେ ରହିବ ଆଜି ଧନ ଜୀବନ ।

ସୂର୍ଯ୍ୟ ଦେବତା ଙ୍କ କୋପରେ ଧରା ଆଜି ଜଳୁଛି

ସତେ କି ଆକାଶ ମାର୍ଗ ରୁ ଅଗ୍ନୀ ବୃଷ୍ଟି ହେଉଛି ।

ମନେ ହୁଏ ଜଳି ଯିବକି ଏହି ସାରା ସଂସାର

ରବି ଙ୍କର କୋପ ଅନଳୁ ନାହିଁ ଏବେ ନିସ୍ତାର ।

ବୃକ୍ଷ ଲତା କାଟି ପକାଇ ପ୍ରକୃତି ର ବିନାଶ 

ନିଜ ହାତେ ନିଜେ କରୁଛି ଆଜି ଏହି ମଣିଷ ।

ସହରୀ କରଣ ନାମରେ ବୃକ୍ଷ ରାଜି କାଟୁଛି

ବିକାଶ ନାମରେ ବିନାଶ ଆଜି ନର କରୁଛି ।

ସେଥିପାଇଁ କୋପେ ତପନ କରି ଅଗ୍ନୀ ବର୍ଷଣ

ସୃଷ୍ଟିକୁ କରିବେ ବିନାଶ ହୁଏ ପ୍ରତୀୟମାନ ।

ଅଂଶୁଘାତ ପ୍ରତି ସଜାଗ ହୁଅ ଭଉଣୀ ଭାଇ

ଖରାବେଳେ ଘରୁ ବାହାର କେବେ ହୁଅନ୍ତୁ ନାହିଁ ।

ଅତି ଆବଶ୍ୟକ କାର୍ଯ୍ୟରେ ଯେବେ ଯିବାର ଅଛି

ପାଣି, ଛତା, ଜୋତା, ଗାମୁଛା ସାଥେ ନେବାର ଅଛି ।

ତରଭୁଜ ଦହି ସର୍ବତ ଲେମ୍ବୁ ପାଣି ପିଇବ

ଦେହର ଜଳୀୟ ଅଂଶ ଯେ କେବେ କମି ନ ଯିବ ।

ସାବଧାନ ହୋଇ ରହିଲେ ଅଂଶୁଘାତ ର ଭୟ

ଦୂର କରି ଦେଇ ପାରିବା କରି ଏହି ଉପାୟ ।


 



Rate this content
Log in