STORYMIRROR

Kartik chandra panda

Inspirational

4  

Kartik chandra panda

Inspirational

ଜାଗରେ ମୋ ଦେଶ ଭଉଣୀ ଭାଇ

ଜାଗରେ ମୋ ଦେଶ ଭଉଣୀ ଭାଇ

1 min
4


ଆସରେ ଆସରେ ଆସରେ

ଜାଗରେ ଜାଗରେ ଜାଗରେ

ଜାଗରେ ମୋ ଦେଶ ଭଉଣୀ ଭାଇ

ଭାରତ ମାତାର ସମ୍ମାନ ରଖିବା

ଲହୁ ଲୁହ ଢାଳି ଦେଇ

ଆସରେ ଆସରେ ଆସରେ

ମୋ ଦେଶ ଭଉଣୀ ଭାଇ

ଉଡାଇବା ଆସ ତ୍ରିରଙ୍ଗା ପତାକା

ଗାଇବା ତାହାର ଗଉରବ ଗାଥା

ଜନନୀ ଆମର ଆମେ ତା ସନ୍ତାନ

ରଖିବା ତାହାର ଯଶ ସନମାନ

ଭେଦ ଭାବ ଭୁଲି ଯାଇ

ଆସରେ ଆସରେ ଆସରେ

ଆସରେ ଭଉଣୀ ଭାଇ

ଜାଗରେ ଜାଗରେ ଜାଗରେ

ଜାଗରେ ଭଉଣୀ ଭାଇ

ପୁଣ୍ୟ ଭୂମି ଆମ ଭାରତ ଜନନୀ

କୋଳରେ ଜନ୍ମିଲେ କେତେ ଯୋଗୀ ମୁନି

ଧର୍ମର ପ୍ରଚାର ମାନବ ବାଦ ର

ବାଣୀ ଶୁଣାଇଲେ ଅହିଂସା ଧର୍ମର

ବୀର ଭୂମି ଆମ ପ୍ରୀୟ ଜନ୍ମ ଭୂମି

କେତେ ସୁର ବୀର ତହିଁରେ ଜନମି

ଇଂରେଜ ବିରୋଧୀ ଅହିଂସା ସଂଗ୍ରାମ

କଲେ ମୋ ଦେଶ ଜନନୀ ସ୍ୱାଧୀନ

ଆମେ ତ ଗର୍ବିତ ତାଙ୍କରି ପାଇଁ 

ଏହି ମୋ ଭାରତ ଭୂଇଁ

ଆସରେ ଆସରେ ଆସରେ

ଜାଗରେ ଜାଗରେ ଜାଗରେ

ଜାଗରେ ମୋ ଦେଶ ଭଉଣୀ ଭାଇ 

ଗାନ୍ଧୀଜୀ, ନେତାଜୀ, ସର୍ଦାର ପଟେଲ

ହରେକୃଷ୍ଣ, ପୁଣି ଜବାହର ଲାଲ

ବାଳ ଗଙ୍ଗାଧର, ଲାଲା ଲଜପତ

ବିପିନ ବିହାରୀ ଉଦ୍ଦାମ, ଭଗତ

ସ୍ୱାଧୀନତା ପାଇଁ ଲହୁ ଲୁହ ଦେଇ

ଯୁଗ ଯୁଗ ଯାଏ କିର୍ତ୍ତୀ ରଖି ଦେଇ

ଅମର ପାରିଲେ ହୋଇ

ଆସରେ ଆସରେ ଆସରେ

ଆସରେ ଭଉଣୀ ଭାଇ

ଜାଗରେ ଭଉଣୀ ଭାଇ ।


Rate this content
Log in

Similar oriya poem from Inspirational