Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Classics

4  

Kartik chandra panda

Classics

ଦେଵ ଅଭିଷେକ

ଦେଵ ଅଭିଷେକ

1 min
5



ପୌଷ ମାସ ତିଥି ପୂର୍ଣ୍ଣିମା ବଡ଼ ପବିତ୍ର ଦିନ

ଅଭିଷେକ ପର୍ବ ହୁଅଇ ଶୁଣ ଦେଇ ତୁ ମନ |

ଦେବତା ମାନଙ୍କୁ ସଜାଇ ରାଜେଶ୍ୱର ବେଶରେ

ପୂଜନ୍ତି ଭକତ ସକଳେ ଅତି ଭକ୍ତି ଚିତ୍ତରେ |

ଆମରି ଠାକୁର ଜଗତ ନାଥ ଶ୍ରୀ ଜଗନ୍ନାଥ

ଶ୍ରୀକ୍ଷେତ୍ରରେ ରତ୍ନ ବେଦିରେ ଭାଇ ଭଗ୍ନୀ ସହିତ |

ସୁବର୍ଣ୍ଣ ବେଶ ସେ ହୁଅନ୍ତି ପ୍ରଭୂ ଜଗତ ନାଥ 

ମହଣ ମହଣ କାଞ୍ଚନ ଅଳଙ୍କାର ଭୂଷିତ |

ଦେବ ଅଭିଷେକ ବିଧାନ ତୋତେ କହୁଛି ଶୁଣ

ତ୍ରେତୟା ଯୁଗରେ ଶ୍ରୀରାମ ପିତୃ ସତ୍ୟ ପାଳନ |

ଚଉଦ ବରଷ ବନରେ ଭାଇ ଭାର୍ଯ୍ୟା ସହିତ

ବିତାଇ ଫେରିଲେ ଅଯୋଧ୍ୟା ଖୁସି ନୁହଁ ବର୍ଣ୍ଣିତ |

ପୌଷ ମାସ ତିଥି ପୂର୍ଣ୍ଣିମା ସେହି ଦିନ ଟି ଥିଲା

ସମଗ୍ର ଅଯୋଧ୍ୟା ନଗରେ ଶୋଭା ବର୍ଦ୍ଧିତ ହେଲା |

ରାଜ ଅଭିଷେକ ହୋଇଲେ ପ୍ରଭୂ କୋଦଣ୍ଡ ଧର

ରାମ ରାଜ୍ୟ ହେଲା ପ୍ରତିଷ୍ଠା ସାରା ଅଯୋଧ୍ୟା ପୁର |

ସେହି ପରମ୍ପରା ଆଜି ବଞ୍ଚିଛି ଆଜି ଜନ ମାନସେ 

ଦେଵ ଅଭିଷେକ ପାଳୁଛେ ଆମେ ମନ ହରଷେ |

ଶହେ ଆଠ ଗରା ପାଣିରେ ଘୃତ ଚନ୍ଦନ ବୋଳି

ସ୍ନାହାନ ବେଦିରେ ଠାକୁର ପରେ ତାହାକୁ ଢାଳି |

ସ୍ନାନ ସମାପନ ଉତ୍ତାରେ   ପୁଷ୍ପ ଧନୁ ଧାରଣ

 କରନ୍ତି ଜଗତ କରତା   ପ୍ରଭୂ ରମା ରମଣ |

ରାଜା ରାଜେଶ୍ୱର ବେଶରେ ପ୍ରଭୂ ସଜ୍ଜିତ ହୋଇ

ସ୍ୱର୍ଣ ଅଳଙ୍କାରେ ଭୂଷିତ ହୋନ୍ତି ତ୍ରୈଲୋକ୍ୟ ସାଇଁ ।

ଭକତ ଜନଙ୍କୁ ଦର୍ଶନ   ଦେଇଥାନ୍ତି ଦୈତାରୀ 

ଦିବ୍ୟ ରୂପ କରି ଦର୍ଶନ  ନର ଯାଆନ୍ତି ତରି |

ଚାଲ ସଖୀ ଆମେ ଦର୍ଶନ ସୁନା ବେଶ କରିବା

ସେ ରୂପ ଦର୍ଶନେ ସକଳ ପାପ ତାପ ନାଶିବା |


    



Rate this content
Log in

Similar oriya poem from Classics