STORYMIRROR

Kartik chandra panda

Classics

3  

Kartik chandra panda

Classics

ଭକତ ଭାବରେ ବନ୍ଧା

ଭକତ ଭାବରେ ବନ୍ଧା

1 min
10


ଜଗତ ର ନାଥ   ଆହେ ଜଗନ୍ନାଥ

    ଭକତ ବାନ୍ଧବ ହରି

 ଜଣାଣ ମୋହର   ଘେନା କର ପ୍ରଭୂ   ଜ 

    ଵିପଦୁ କର ହେ ପାରି

ଗଗନ ପବନ       ଅନଳ ଅନିଳ

     ସବୁ ତ ତୁମରି ସୃଷ୍ଟି

ଗୁରୁ ତୁମେ ମୋର  ମୁଁ ତୁମ କିଙ୍କର     ଗ 

    ଜ୍ଞାନ ବାରୀ କର ବୃଷ୍ଟି

ନାରାୟଣ ନାମ    ସଂସାରରେ ସାର

   ସେ ନାମ କଲେ କୀର୍ତ୍ତନ

ନାଶ ଯିବ ପାପ     ମିଳିବଟି ପୁଣ୍ୟ    ନ୍ନା 

    ଜୀବନ ହୋଇବ ଧନ୍ୟ

ଥରେ ମାତ୍ର ପ୍ରଭୂ     ଭରି ଦିଅ ଶାନ୍ତି 

    ମୋହରି ଶୂନ୍ୟ ଅନ୍ତର 

ଥକି ପଡିଲିଣି       ବାଟ ଦିଶୁ ନାହିଁ   ଥ 

   ନାହିଁ କାହିଁ ଥଳକୂଳ

ସ୍ୱାମୀ ପଣେ ତୁମ   ପରି କେହି ନାହିଁ

   ତୁମେ ଆରାଧ୍ୟ ମୋହର

ସ୍ୱାର୍ଥ ମୋହେ ପଡ଼ି   ଗଲି ବାଟ ହୁଡ଼ି    ସ୍ୱା

    ସଂସାରୁ କର ଉଦ୍ଧାର

ମିଛ ଦୁନିଆରେ    ସବୁ କିଛି ମିଛ

    ସତ ଏକା ହରି ନାମ

ମିନତୀ ଜଣାଏ   ଶ୍ରୀ ରଙ୍ଗା ପୟରେ    ମୀ 

    ପାରି କର ହେ ଶ୍ରୀରାମ  ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics