STORYMIRROR

Kartik chandra panda

Romance

4  

Kartik chandra panda

Romance

ଭଲ ପାଏ ବୋଲି

ଭଲ ପାଏ ବୋଲି

1 min
30


ଭଲ ପାଏ ବୋଲି ତୁମକୁଏତେମୁଁ କହିବାକୁ ଲାଗେ ଡର

ଛାତିର ବେଦନା ଛାତିରେ ମରଇ ହୁଏ ଖାଲି କଲବଲ

ଭଲ ପାଏ ବୋଲି କହିଦେବି ଭାବେ ହେଲେ କହି ପାରେନାହିଁ

ନ କହି ପାରିବା କେତେ ଯେ ଯନ୍ତ୍ରଣା ଜମା ସହି ପାରେ ନାହିଁ 

କହି ପାରେ ନାହିଁ ସହି ବି ପାରେନି ମନ କଥା ମନେ ରହେ

ଅକୁହା କଥା ଟା ବଡ଼ ବ୍ୟଥା ଦିଏ ତଣ୍ଟିରେ ଅଟକି ରହେ

କେମିତି କହିବି ହୃଦୟର କଥା ତୁମକୁ ମୁଁ ଭଲ ପାଏ

ଯେତେ ଦେଖିଲେ ବି ମନ ଭରେ ନାହିଁ ଦେଖିବାକୁ ଇଚ୍ଛା ହୁଏ

କଥା ହେବା ପାଇଁ ତୁମରି ସହିତ କଥା ଯେ ଅନେକ ଅଛି

ସବୁ କଥା ଗୁଡା ପେଟରୁ ବାହାରି ପାଟିରେ ରହି ଯାଉଛି

ଭଲ ପାଏ ବୋଲି ତୁମକୁ ସିନା ମୁଁ ବାରମ୍ବାର ଧାଇଁଯାଏ

ତୁମ ଅଲକ୍ଷ ରେ ତୁମକୁ ଦେଖି ମୁଁ ମନ ଟିକେ ଶାନ୍ତି ପାଏ

ସାମନାରେ ଯେବେ ଦେଖା ହୋଇଯାଏ ଆଖିରେ ଆଖି ମିଶାଇ

ଚାହିଁ ରହି ଥାଏ ନିର୍ନିମେଶ ନେତ୍ରେ ପଲକ ପଡ଼ଇ ନାହିଁ

ଭଲ ପାଏ ବୋଲି ନିରୋଳା ରେ ବସି ତୁମ କଥା ଭାବି ହୁଏ

ଅମାନିଆ ଲୁହ ଆଖିର କୋଣରୁ ଅବିରତ ବହୁଥାଏ


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance