STORYMIRROR

Kartik chandra panda

Tragedy

4  

Kartik chandra panda

Tragedy

ରାମାୟଣ କଥା

ରାମାୟଣ କଥା

2 mins
9


ଜୟ ଜୟ ରାମ ରଘୁ କୁଳ ବର ଜୟ ରାଜୀବ ଲୋଚନ

ତୁମରି ଚରଣ କମଳ ରେ ମୋର ରହି ଥାଉ ପ୍ରଭୂ ମନ

ଦଶରଥ ସୁତ କୌଶଲ୍ୟା ନନ୍ଦନ ଜୟ ସୀତା ପତି ରାମ

ସୂର୍ଯ୍ୟ ବଂଶେ ଯାତ ହୋଇଛ ଗୋସାଇଁ ଅବତାର ଶ୍ରୀରାମ

ଦୁଃଷ୍ଟ ନାଶ ପାଇଁ ମାନବ ରୂପରେ ଧରା ପୃଷ୍ଟେ ଅବତରୀ

ପାପୀ ରାକ୍ଷସ କୁ କରିଲ ସଂହାର ଧରା କୁ ଉଶ୍ୱାସ କରି

ତାଡକା ବଧିଲ ଅହଲ୍ୟା ତାରିଲ ଶିବ ଧନୁ ଭଙ୍ଗ କରି

ସତୀ ଶିରୋମଣୀ ଜନକ ନନ୍ଦିନୀ ଜୀବନ ସଙ୍ଗିନୀ କରି

ପିତା ସତ୍ୟ ପାଳି ଭାଇ ଭାର୍ଯ୍ୟା ଧରି ଚଳିଲ ଘୋର ବନସ୍ତ

ଶବରୀ ଅଇଁଠା ଖାଇଲ ଗୋସାଇଁ କରିଲ ତାକୁ ମୁକତ

ପଞ୍ଚବଟୀ ବନେ କୁଟୀର ନିର୍ମାଣି ରହି ଥିଲ ଯୋଗୀ ବେଶେ

ସୁନାର ହରିଣୀ କରିଲା ମୋହିତ ଧାଇଁଲ ଧରିବା ଆଶେ

ମାୟା ମାରିଚ କୁ କରିଲ ବିନାଶ ଉଚ୍ଚ ସ୍ଵରେ ଡାକ ଦେଲା

ରକ୍ଷା କର ଭାଇ ଲକ୍ଷ୍ମଣ କୁମାର ନହେଲେ ଜୀବନ ଗଲା

ଶୁଣି ସେହି ଗୀର ସତୀ ବଇଦେହୀ ଲକ୍ଷ୍ମଣ ଙ୍କୁ ପଠାଇଲେ

ଛଦ୍ମ ବେଶି ଦୁଃଷ୍ଟ ରାକ୍ଷସ ରାବଣ ବଇଦେହୀ ଙ୍କୁ ଚୋରାଇଲେ

ଅଶୋକ ବନରେ ବନ୍ଦିନୀ ଜାନକୀ ସହିଲେ ଦୁଃଖ କଷଣ

ସୀତାଙ୍କୁ ହରାଇ ରାଜୀବ ଲୋଚନ କରନ୍ତି କେତେ ରୋଦନ

ଅରଣ୍ୟ ମଧ୍ୟରେ ଦୁଇ ଭ୍ରାତା ମିଶି କରନ୍ତି ଅନୁସନ୍ଧାନ

ଜଟାୟୁ ପାଖରୁ ପାଇଲେ ବାରତା ହରୀ ନେଇଛି ରାବଣ

ସୁଗ୍ରୀବ ସଙ୍ଗରେ ମିତ୍ରତା ହୋଇଲା ବାଳି କରି ବିନାଶ

କିସ୍କିନ୍ଦାରେ ରାଜା ହୋଇଲେ ସୁଗ୍ରୀବ ତାରା ସତୀ ପ୍ରାଣ ଇଶ

ଭକ୍ତ ଶିରୋମଣୀ ବୀର ହନୁମାନ ରାମ ଙ୍କର ଆଜ୍ଞା ପାଇ

ସମୁଦ୍ରରେ ଲମ୍ଫ ମାରି କପି ବର ଲଙ୍କାରେ ପ୍ରବେଶ ହୋଇ

ପରିଚୟ ଦେଇ ମାତା ଜାନକୀ ଙ୍କୁ ଲଙ୍କା ଗଡ଼ ଜାଳି ଦେଲା

ସୀତା ଙ୍କ ବାରତା ଘେନି ହନୁମାନ ରାମ ଙ୍କ ପାଶେ ମିଳିଲା

ସେତୁ ବନ୍ଧ ବାନ୍ଧି ସମୁଦ୍ର ମଧ୍ୟରେ ବାନର ସେନା ସହିତ

ରଘୁ କୁଳ ବୀର ଶ୍ରୀରାମ ଲକ୍ଷ୍ମଣ ଲଙ୍କା ଗଡେ ଉପଗତ

ରାମ ରାବଣ ଙ୍କ ରଣ ଘୋର ତର ଜ୍ଞାତି କୁଟୁମ୍ବ ସହିତ 

ଇନ୍ଦ୍ର ଜିତ କୁମ୍ଭ କର୍ଣ୍ଣ ସହିତ ରେ ଲଙ୍କା ପତି ହେଲେ ହତ

ଉଦ୍ଧାର ହୋଇଲେ ସତୀ ବଇ ଦେହୀ ପୁରିଲା ଚଉଦ ବର୍ଷ 

ବନ ବାସ ସର୍ତ୍ତ ପୂରଣ ହୁଅନ୍ତେ ମିଳିଲେ ଅଯୋଧ୍ୟା ଦେଶ

ରାଜା ହେଲେ ରାମ ଅଯୋଧ୍ୟା ରାଜ୍ୟରେ ବଜାଇ ବିବିଧ ବାଜା 

ରାମ ଅଭିଷେକ ହୋଇଲା ସମ୍ପୂର୍ଣ ସୁଖରେ ରହିଲେ ପ୍ରଜା ।


      


Rate this content
Log in

Similar oriya poem from Tragedy