କି ଦେଇ ପୂଜିବି
କି ଦେଇ ପୂଜିବି
କି ଦେଇ ପୂଜିବି ଠାକୁର କିବା ଅଛି ମୋହର
ସବୁ କିଛି ଅଟେ ତୁମର ଯାହା ଅଛି ପାଶର ।
ଯାହା ମୁଁ ପାଇଛି ଜୀବନେ ସବୁ ତୁମରି ଦାନ
ଦାନ କୁ ଅର୍ପଣ କରିବା ନୁହେଁ ଯେ ସମିଚୀନ ।
କରୁଣା ସାଗର ପ୍ରଭୂ ହେ ଭକ୍ତ ବାନ୍ଧବ ହରି
ସକଳ ଦୁଃଖ କୁ ମୋହର ବାରେ ନିଅ ହେ ହରୀ ।
ଦୟାଶୀଳ ପଣେ ତୁମକୁ ସରି କିଏ ହୋଇବ
ଭକ୍ତ ଙ୍କ ଆତୁର ଶ୍ରବଣେ ସଙ୍ଗେ ସଙ୍ଗେ ତାରିବ ।
ତାରିବା ଶକତି ନିହିତ ଅଛି ତୁମ୍ଭ ନିକଟେ
ଵିପଦୁ କରହେ ଉଦ୍ଧାର ଅଛି ବଡ଼ ସଂକଟେ ।
ତୁମ ପରି ବଡ଼ ଠାକୁର କାହିଁ ଦେଖିନି ମୁହିଁ
ଶ୍ରୀ ମୁଖ ଦର୍ଶନେ ପାତକ ସବୁ ଯାଏ ଉଭେଇ ।
ଦୟା କର ଦୟା ସାଗର ପ୍ରଭୂ ରମା ରମଣ
ଦୂର ହୋଇଯାଉ ମୋହର ସବୁ ଦୁଃଖ କଷଣ ।
