STORYMIRROR

Kartik chandra panda

Romance

4  

Kartik chandra panda

Romance

ମୁଁ ତୁମକୁ କିଛି ଲୁଚାଇବିନି

ମୁଁ ତୁମକୁ କିଛି ଲୁଚାଇବିନି

2 mins
15


ଆଗୋ ପ୍ରିୟା ମୋର

ଜୀବନେ ତୁମକୁ ପାଇ

ଦୁନିଆ ଟା ଲାଗେ ନୂଆ ନୂଆ

ଜୀବନରେ ଭରିଯାଏ

ମଧୁ ମୟ ବସନ୍ତ ର

ମଧୁର ବାସନା

ନିର୍ମଳ ଆକାଶ ର

ଶୁଭ୍ର ଶୀତଳ ପ୍ରୀତି ଭରା ଜ୍ୟୋତ୍ସ୍ନା 

ଆଗୋ ପ୍ରିୟା ମୋର

ଏତେ ସୁଖ ଯଦି ଥିଲା ମୋ ଭାଗ୍ୟର

ନିନ୍ଦୁଥିଲି କିମ୍ପା ଜୀବନକୁ ମୋର

ଜୀବନ ଟା ବିଷ ଲାଗୁ ଥିଲା ଦିନେ

କଳା ବାଦଲ ଟା ଘୋଟି ଯାଇଥିଲା

ମୋ ମନ ଗଗନେ

ଆଜି କିନ୍ତୁ ଲାଗେ

ଜୀବନ ଟା ନୂଆ

ଇନ୍ଦ୍ରଧନୁ ର ସପ୍ତରଙ୍ଗ ବୁଣି ହୋଇଯାଏ

ମୋ ମନ ଆକାଶେ

ଆଗୋ ପ୍ରିୟା ମୋର

ଏତେ ସୁଖ ଯଦି ଦେଲ ମୋ ଜୀବନେ

ଆସିଲନି କିଆଁ ଆଗରୁ ବହୁତ ଆଗରୁ

ତୁମରି ସ୍ନେହ ମମତାରେ

ତୁମରି ପ୍ରୀତି ପରଶରେ

ଜୀବନ କୁ କରି ଦେଲ ରଙ୍ଗୀନ ରଙ୍ଗୀନ

ଆଗୋ ପ୍ରିୟା ମୋର

ମୁଁ ତୁମକୁ କିଛି ଲୁଚାଇବିନି

ସବୁ ଖୋଲି କହିଦେବି

ମୋ ଜୀବନର ଅଭୁଲା ଅତୀତ କୁ

ଯୌବନ ର ପ୍ରଥମ ପାହାଚରେ

ଭଲ ମୁଁ ପାଇଥିଲି ଜଣକୁ

ଯାହାର ଗୋରା ଗୋରା ଦେହ

ମୋତେ ଆକର୍ଷିତ କରିଥିଲା

ଯାହାର ମିଠା ମିଠା କଥା

ମୋତେ ପାଗଳ କରିଥିଲା

ଯାହାର ମନ୍ଦ ମନ୍ଦ ହସ

ମୋତେ ମତୁଆଲା କରିଥିଲା

ଭଲ ମୁଁ ପାଇଥିଲି ତାକୁ

ନିଜ ଠୁଁ ବି ବେଶି

ନିଜ ଜୀବନ ଠାରୁ ଆହୁରି ଅଧିକ

ସମୁଦ୍ର ର ଗଭୀରତା ଠାରୁ ଆହୁରି ଗଭୀର

ତା ଆଖିରେ ଆଖି ମିଶି ଗଲେ

ସେ ଆଖି ଲାଖି ଯାଉଥିଲା

ତା ସହିତ କଥା ହେଲେ ବେଳେ

ଇଚ୍ଛା ହେଉଥିଲା ଏ ଦିନ ଗୁଡାକ

ଆହୁରି ଲମ୍ବା ହୁଅନ୍ତାକି

ଏମିତି ତା ସହିତ କଥା ହେଉଥାନ୍ତି

କିନ୍ତୁ କଣ ହେଲା

ପରିବାର ର ବିରୁଦ୍ଧରେ ସ୍ୱର ଉଠାଇବାର

ସାହସ ତାର ହେଲାନି

ନିଜ ଇଛାକୁ ବଳି ଚଢ଼ାଇ

ସମସ୍ତ ଙ୍କ ଇଚ୍ଛାକୁ ସମ୍ମାନ ଦେଲା.

ନୂଆ ସଂସାର ଗଢିବା ପାଇଁ

ଅନ୍ୟ ର ହାତ ଧରି ଚାଲି ଗଲା

ମୋ ଜୀବନରେ ବିରାଟ ଶୂନ୍ୟତା

ଭରି ଦେଇ ଚାଲି ଗଲା

ସେହି ଦିନ ଠାରୁ

ଆଖିର ଲୁହ ହୃଦୟର କୋହ କୁ

ଲୁଚାଇବାକୁ ଚେଷ୍ଟା କରି ବିଫଳ ହୋଇଛି

ଜୀବନ ଟା ତୁଚ୍ଛ ମନେ ହୋଇଛି

ଆଉ କାହା ସାଙ୍ଗରେ ସଂସାର ଗଢିବାର

ସ୍ୱପ୍ନ ମୋର ନଥିଲା

କାରଣ ସେ ସ୍ୱପ୍ନ ମୋର

ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା

ମାତ୍ର ତୁମେ ଆସିଲା ପରେ

ତୁମ ସହ ପ୍ରତିଟି ମୁହୂର୍ତ୍ତ

ମୋତେ ନୂଆ ଆଶା ନୂଆ ସ୍ୱପ୍ନ ଭରି ଦେଲା

ସତ କହୁଛି ପ୍ରିୟା

ଭୁଲି ଯାଇଛି ସେ ଅତୀତ କୁ

ତୁମକୁ କିଛି ଲୁଚାଇବିନି ପ୍ରିୟା

ତୁମେ ମୋ ଜୀବନ ର ବର୍ତ୍ତମାନ ଓ ଭବିଷ୍ୟତ

ଭୁଲି ଯାଇଛି ଅତୀତ କୁ

ଭୁଲି ଯାଇଛି ପ୍ରଥମ ପ୍ରେମକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance