STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅଥୟ କରୁଛି ଅପେକ୍ଷା

ଅଥୟ କରୁଛି ଅପେକ୍ଷା

1 min
14


କରୁଛି ଅଥୟ ଅପେକ୍ଷା

        କଷ୍ଟ ଯେ ଦେଉଛି ପ୍ରତୀକ୍ଷା !! 

ଏ ନେତ୍ର ଆତୁର ହେଉଛି 

         ଦର୍ଶନ   କରିବ ‌  ଭାବୁଛି !!


ଦେଖିବ ପାଇଁ ବାଲ୍ୟରୂପ

         ପଞ୍ଚମ  ବର୍ଷାର  ସ୍ବରୂପ !!

ପବିତ୍ର ହୋଇବ ଶରୀର

         ଶ୍ରୀରାମ ପରା ନିରାକାର !!


ରାଘବ ମର୍ଯ୍ୟାଦା ପୁରୁଷ 

          ସ୍ମରଣେ ବୈକୁଣ୍ଠର ବାସ !!

ଅଟନ୍ତି ସତ୍ୟ ସନାତନ

         ଚରଣେ  ଭକ୍ତି ଚିରଦିନ !!


ଧରିଣ ମାନବ ଶରୀର

         ଦେଲେ କର୍ତ୍ତବ୍ୟ ମନୁଷ୍ୟର !!

ନାମ ରାମରାମ ଗୁଞ୍ଜନ

          ରାଷ୍ଟ୍ରେ ଶୁଭୁଛି ଅନୁକ୍ଷଣ !!


ମାସ ବାଇଶି ଜାନୁଆରୀ 

         ପ୍ରାଣ ଯେ ପ୍ରତିଷ୍ଠା ତାଙ୍କରି !!

ଗର୍ଭଗୃହରେ ବାଲ୍ୟରୂପ

          ଦେଖିବା ବାଲ୍ୟର ସ୍ବରୂପ !!


ଜଗତ ଈଶ୍ୱର ଶ୍ରୀରାମ

         ସାକ୍ଷାତ ପ୍ରଭୂ ପରଂବ୍ରହ୍ମ !!

ଦେଉଛି ପ୍ରତୀକ୍ଷା ଯନ୍ତ୍ରଣା

         ଶୁଭର ମୂହୁର୍ତ୍ତ ଘଟଣା !!


ଏପାପ ନେତ୍ର ଯେ ଦେଖିବ

        ଜୀବନ ସାର୍ଥକ କରିବ !!

ଦୀର୍ଘ ବର୍ଷର ଏ ପ୍ରତିକ୍ଷା

     ହେବ ଟି ଅନ୍ତଯେ ଅପେକ୍ଷା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract