STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ତିନୋଟି କବିତା

ତିନୋଟି କବିତା

1 min
148


      କବିତା-୧

        

ହିଂସା ଦ୍ୱେଷ ଘୃଣା ଶୋଷଣ ଲୁଣ୍ଠନ

   ଧର୍ଷଣ ଅଥବା ଚୋରି

କରିଥିବା ପାପ ବିଦାୟ ବର୍ଷରେ

   ଅନୁତାପେ ଆଜି ଝୁରି

   ଯେମିତି ଏ ମହାମାରୀ

କ୍ଷମା କରିଦେବ ନିଜର ଗୁଣରେ

   ଗଲିଣି ଦେଖୁନ ସରି।  

        

        କବିତା-୨

ତୁମେ ତ ପୁରୁଣା ବରଷ କାହିଁକି

   ଛଡ଼େଇକି ନେଇଗଲ

ଦାଗ ଲାଗିଗଲା ଘର ପରିବାରେ

   କଣ କରିଥିଲି ଭୁଲ

   ଏମିତିକା ଦଣ୍ଡ ଦେଲେ

ପୁଅ ଧରିପଳା ଝିଅ ଧରିପଳା

   କାମନାକୁ ଖଞ୍ଜିଦେଲ।

        

      କବିତା-୩

ଭଲ କଲ ତୁମେ ପୁରୁଣା ବରଷ

   ପୁଅ ଝିଅ କାମ ଶେଷ

ଖର୍ଚ୍ଚ ପଡିଲାନି ବିବାହ ସକାଶେ

   ମୋ ପାଖରେ ନାହିଁ ରୋଷ

   ଆହା ଆଜି ନୂଆ ବେଶ

ପତ୍ନୀ ମରିଥିଲା ମନରେ ଭାବିକି

   ନୂଆ ପ୍ରେମିକାରେ ବଶ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract