STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ଅହିଂସା ପରମ ଧର୍ମ

ଅହିଂସା ପରମ ଧର୍ମ

1 min
200

ଭିନ୍ନ ଜାତି ଭିନ୍ନ ମନ ଦୁନିଆଁ ରେ

ଭିନ୍ନତାର ଗୁଣ ଗାନ

ଭୁଲି ଭେଦ ଭାବ ରଖି ସଦାଚାର

ଅହିଂସା ପରମ ଧର୍ମ ।


ହିଂସା ଦ୍ୱେଷ ଇର୍ଷା ଭରିଛି ସବୁଠି

ନାହିଁ ମଣିଷ ପଣିଆ

ଦି ଦିନ ସଂସାର ଦୁଇଟି ନିଆଁ ରେ

ଗଢିଛି ପରା ବିଧାତା ।


କେଉଁ ଧର୍ମ ବଳେ ସୁକୃତି ଲଭିବ

କେଉଁ ଧରମେ ମୁକତି

ମରମରେ ହେଜ ହେ ଗୁଣୀ ବାନ୍ଧବ

ଧନ୍ୟ ସିନା ଆମ କୀର୍ତ୍ତି ।


ଅହିଂସା ପୂଜାରୀ ଜାତିର ଜନକ

ବୁଣିଦେଲେ ହୃଦେ ବୀଜ

ଧର୍ମ ଅଧର୍ମ ର ଚାଲିଛି ବିଚାର

ସୁଧୀଜନେ ଆଜ ହେଜ ।


ଧର୍ମ ଜାଣେ କିବା ଅଧର୍ମ ବିଚାର

ଧାତ୍ରୀ ଗଡା଼ଉଛି ଲୁହ

ଅଧର୍ମ ର ରାଜ ଧର୍ମ ଗଡେ ଆଜ

ମନରେ ଭରୁଛି କୋହ।


କି ପରମ ଭାବ କୁହ ଭରିଦେବା

ପ୍ରଶ୍ନ ଆଜି ଉଙ୍କି ମାରେ

ଉତ୍ତର ଦେବାକୁ କେ ଅଛି ଯେ କୁହ

କ୍ଷୋଭ ଭରିଛି ଅନ୍ତରେ ।


ଶାସନ ଚାଲିଛି ଶାସକ ଦେଖୁଛି

ଧର୍ମ ଏଠି ଆଖି ମାରେ

ପରମ ତପସ୍ୱୀ ନିଦ୍ରା ର ମୁଦ୍ରାରେ

ଏ ତ ଯୋଗ ଯାତନା ଅନ୍ତରେ ।


ତଥାପି ହୃଦୟେ ବଳିଛି ବାସନା

ଅହିଂସାର ମୂଳ ମନ୍ତ୍ର

ଜାଗିବା ହେ ବନ୍ଧୁ ଜନ୍ମ ଭୂମି ପାଇଁ

ଯନ୍ତ୍ର ଯୁଗେ ବାଢି ତନ୍ତ୍ର।


ଦୀକ୍ଷିତ କରିବା ସେହି ମହାମନ୍ତ୍ରେ

ଜୀବନ ହୋଇବ ଧନ୍ୟ

ଅହିଂସା ପୂଜାରୀ ସତ୍ୟ ନ୍ୟାୟବନ୍ତ

ଆମେ ଭାରତ ମାତାର ସନ୍ତାନ ।


ବନ୍ଦେ ଉତ୍କଳ ବନ୍ଦେ ମା ଭାରତ

ଧର୍ମ ର ହେଉ ଜୟ

ଏକ ସ୍ଵରେ ଆସ ଗାଇବା ସଙ୍ଗୀତ

ଅହିଂସା ପରମ ଧର୍ମ

    ଆମେ ଭାରତ ମାଆ ର ସନ୍ତାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract