STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
12

ଭଉଣୀ ର ରାକ୍ଷୀ ସେନେହ ର ସାକ୍ଷୀ 

ରହିଅଛି ଯୁଗେ ଯୁଗେ 

ଭାଇ ପାଇଁ ନିତି ପୂଜା କରୁଥାଏ 

ଭଉଣୀ ହୃଦେ ଆବେଗେ 

ଭାଇ ଭଉଣୀ ର ମଧୁର ସମ୍ପର୍କ

     ରକ୍ଷା ବନ୍ଧନ ର ପବିତ୍ର ଦିନ

ଭଉଣୀର ରାକ୍ଷୀ ସେନେହ ର ସାକ୍ଷୀ

     ରହିଅଛି ସଂସାରେ ଚିରଦିନ

ଜଗତ ଠାକୁର ରତ୍ନ ସିଂହାସନେ

    ମଝିରେ ସୁଭଦ୍ରା ଗେଲ୍ଲୀ ଭଉଣୀ

ବଡ଼ ଠାକୁର ଯେ ରହିଛନ୍ତି ଜଗି

 କାଳେ କାଳିଆ ଯିବକି ଭୁଲି ପୁଣି

ଭାଇଚାରା ସଂସ୍କୃତି ର ବାର୍ତ୍ତା ବହେ

    ଆମ ଏ ସଂସାର ଅଟେ ମହାନ

ଭଉଣୀର ରାକ୍ଷୀ ସେନେହର ସାକ୍ଷୀ

   ଯେ ବୁଝିଛି ତାର ଆନନ୍ଦ ମନ

ରକତ ସମ୍ପର୍କ ନୁହଁଇ ତ ଏକା

    ବନ୍ଧନର ସୂତା ଖିଅ ଗୁଣୀକେ

ପବିତ୍ର ଭାବନା ହୃଦେ ଆଚରିଲେ

   ମହତ ରହିବ ଜୀବନ ତକେ

ମନ ଥିଲେ ଖୁସି ବାଣ୍ଟି ହୋଇଯାଏ

  ରାକ୍ଷୀ ତାର ସାକ୍ଷୀ ଅନୁଭବ ରେ

ଭଉଣୀର ମାନ ରଖିବାକୁ ଘେନ

   ବିଚାର ଆଜ ପବିତ୍ର ଦିନରେ

ରଣବୀର ସାକ୍ଷୀ ଆକବର ସାକ୍ଷୀ

  ସାକ୍ଷୀ ପୁଣି ଅଛି ମାଳତୀ ପୁର

ମାଳତୀ ର ରାକ୍ଷୀ ସାକ୍ଷୀ ହେଲା ସଖୀ

ଶିରୀ କ୍ଷେତର ରୁ କରେ ଜୁହାର ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract