STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ପବିତ୍ର ରାକ୍ଷୀ

ପବିତ୍ର ରାକ୍ଷୀ

2 mins
15


ରାକ୍ଷୀ ନୁହେଁ ସେ ତ ରେଶମୀ ର ଡୋର

    ରେଶମୀ ମନର. ପବିତ୍ର ଭାବ

ରେଶମୀ ଡୋରିର ରାକ୍ଷୀ ଟିଏ ସିଏ

      ପବିତ୍ର ବନ୍ଧନ ଭାଇ ଭଉଣୀର

ପବିତ୍ର ବନ୍ଧନ ଭାଇ ଭଉଣୀର.

ରାକ୍ଷୀ ନୁହେଁ ଦାମୀ ଅଳଙ୍କାର ଟିଏ

ଉପହାର ଦେବା ପାଇଁ. ଯେ କାହାକୁ

ନୁହେଁ ଫୁଲ ସଜା ଅର୍ଥ ବଳେ କେହି

ପିନ୍ଧେଇ ଦିଏ ଭାଇକୁ.

ରାକ୍ଷୀ ଏକ ସୂତାମନ ପବିତ୍ରତା

ରେଶମୀ ଡୋରିର ବନ୍ଧନ ଖିଅ

ଭଉଣୀ ର ସ୍ନେହ ଶରଧା ନିହିତ

ଭାଇ ହାତେ ଯେବେ ବାନ୍ଧେ ନିୟତ

ଉପହାର ଟିଏ ସନ୍ତକ ସ୍ନେହର

ରଖିବାକୁ ମାନ. ଭାଇ, ଭଉଣୀର

ରଖିଥିଲା ବାନ୍ଧି କୃଷ୍ଣା କୃଷ୍ଣ ଙ୍କର

ରଖିଥିଲେ ମାନ ଭରା ସଭାର

ହିନ୍ଦୁ ନାରୀ ଟିଏ ବାନ୍ଧି ରାକ୍ଷୀଟିଏ

ମୋଗଲ ରାଜାର ହେଲା ଭଗିନୀ

ରାଜା ରଣବୀର ରଖିଥିଲେ ପୁଣି

ଇତିହାସ କଥା ରହିଛି ଗୁଣୀ

ରକତ ସମ୍ପର୍କ ନୁହେଁ ଖାଲି ଏକା

ଭଉଣୀର ରାକ୍ଷୀ ଭାଇ ଟେ ପାଇଁ

ସମ୍ପର୍କ ନିବିଡ଼ ଯୋଉଠି ପ୍ରକାଶ

ବାନ୍ଧିଦିଏ ରାକ୍ଷୀ ଭଉଣୀ ଯାଇ

ରେଶମୀ ଡୋରିର ରେଶମୀ ମମତା

ଅତୁଟ ଅଟେ ଯେ ଏଇ ସଂସାରେ

ବାନ୍ଧିଦିଏ ଦୂରୁ ରାକ୍ଷୀଟିଏ କେହି

ଅନୁଭବ ପ୍ରେମ ଏ ହୃଦୟ ରେ.

ମୁଖ ପୁସ୍ତିକାରେ ଅଛନ୍ତି ଭଉଣୀ

ସିନେହ ଶରଧା ଅମାପ ଅଟେ

ସଭିଙ୍କୁ ପ୍ରଣାମ କରୁଛି ଶ୍ରୀକ୍ଷେତ୍ରୁ

ବାନ୍ଧିଦେବେ ରାକ୍ଷୀ କରେ ବିନତେ

ଅନ୍ତରରେ ସ୍ନେହ ସଭିଙ୍କ ର ଥାଉ

ସମ୍ପର୍କ ନିବିଡ଼ ରହୁ ସଂସାରେ

ଅଢେଇ ଦିନର ତେଲ ଲୁଣ ସାର

କିଏ ବା କହିବ କେମିତି ବାରେ

ଅତୁଟ ବନ୍ଧନ ଭାଇ ଭଉଣୀର

ଭାଇଚାରା ଏ ତ ଆମ ଉତ୍କଳ

ଭାରତ ମାତାର ଟେକ ରଖି ବନ୍ଧୁ

ଆସ ଗାଇନେବା ହୃଦ ସକଳ

ରେଶମୀ ଡୋରିର ରାକ୍ଷୀ ରହିଥାଉ

ସାକ୍ଷୀ ହୋଇ ସର୍ବ ମୁଖରେ ସ୍ତୁତି

ପବିତ୍ର ବନ୍ଧନ ରାକ୍ଷୀ ପରମ୍ପରା

ଏଇ ପରା ବନ୍ଧୁ ଆମ ସଂସ୍କୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract