STORYMIRROR

padmaja pati

Abstract

3  

padmaja pati

Abstract

ସ୍ମୃତି

ସ୍ମୃତି

1 min
18

 ଲାଗେ କେତେବେଳେ ସ୍ନିଗ୍ଧ ସୁମଧୁର

ମନରେ ବରଷି ପ୍ରୀତି 

ତା' ପାଇଁ  ଫୁଟଇ ଆଶାର କଦମ୍ବ 

 ଦିଶଇ ଚାନ୍ଦିନୀ ରାତି ।

ଜଳିଗଲେ ବନ ଜାଣନ୍ତି ସଭିଏଁ

ଚାରିଆଡେ ପଡେ ହୁରି

ପୋଡ଼ିଗଲେ ମନ ନ ଜାଣନ୍ତି କେହି 

ଦେବଦାରୁ ଗଛ ପରି।

ସଂସାର ଭିତରେ କରିଥିଲେ ଘର

ସହିବାକୁ ପଡେ ସବୁ

ପଥର ପରି ଯେ ହୁଏ ଧୈର୍ଯ୍ୟବାନ୍

ତା ' ପାଇଁ ସହାୟ ବିଭୁ।

ପାଳଗଦା ଭଳି କରିଲେ ମନକୁ

ସହିବାକୁ ପଡ଼େ ଦୁଃଖ

ନିଆଁ ଝୁଲ ବି ତ ନ ରହେ ଟିକିଏ

କେହି ନ ମାଡନ୍ତି ପାଖ।

ସଂସାର ପଥର ପଥିକକୁ ସଦା

ମିଳେ ନାନା ଅନୁଭୂତି

କେବେ ସେ ଲାଗଇ ଆନନ୍ଦରେ ଭରା

ପୁଣି ଟାଣ ଖରା ତାତି।

ନ ରହେ କାହାରି ଗୁରୁତ୍ଵ ଅଧିକ

ହେଉ ଭଲ ଅବା ମନ୍ଦ

ଧୂଆଁ ପରି ଧୀରେ ଯାଏ ସେ ମିଳାଇ

ଦେଉ ହର୍ଷ କି ବିଷାଦ।

ସେଥିପାଇଁ ବିଭୁ ପଦେ ରଖି ଲୟ

ଚାଲିବାକୁ ହେବ ବାଟ

ସ୍ମୃତି, ଅନୁଭୁତି ଅଢେଇ ଦିନିଆ

ମନକୁ କରି ଆକଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract