STORYMIRROR

Panchanan Jena

Abstract

3  

Panchanan Jena

Abstract

ଶେଷ ଭରସା

ଶେଷ ଭରସା

1 min
196


ଯୁଦ୍ଧାରମ୍ଭ

ଯୁଦ୍ଧମ୍ ଦେହୀ 

ଜନନୀ ଜଠରୁ

ମଣିଷ ବିଚରା 

ହୁଁଙ୍କାରୁ ଥାଏ

ଜନ୍ମରୁ ମରଣ ଯାଏଁ

ଜିତିବା-ହାରିବା ଭିତରେ

ଗୋଟି ଚାଳନା କରି ଚାଲିଥାଏ ।


କୁଆଁ କୁଆଁରୁ ଆରମ୍ଭ

ଅସ୍ତ୍ର-ଶସ୍ତ୍ର ବୁଦ୍ଧି ବିଦ୍ୟା ଶଙ୍ଖନାଦ

ମୁଣ୍ଡ ଫଟେଇ କାନ୍ଦ ବୋବାଳି 

ସରିବା ଯାଏ ସବୁ ବାଦ ବିବାଦ

ଜୁଝୁ ଥାଏ ଲଢୁ ଥାଏ

ଲହୁ ଲୁହାଣ ହେଉ ଥାଏ

ଜୁଝାରୁ ପଣରେ

ଜିତିବାର ମହୁଲି ନିଶାରେ

ନଛୋଡ ବନ୍ଧା ସମର ପ୍ରାଙ୍ଗଣେ

ନିତି ନୂଆ ଆୟୁଧ କୁଟନିତି ସଂବାଦ ।


ସରେ ସିନା

ଜୁଇ ନିଆଁରେ

ମୁଠାଏ ପାଉଁଶରେ

ମାଟି ଶରୀର

ମିଶିଯାଏ ମାଟିରେ

କିନ୍ତୁ ଅବୁଝା ନିର୍ବୋଧ ମଣିଷ

ନିଜକୁ ବିଜ୍ଞାନୀ ବୋଲାଉଥାଏ

ଜିତିବାର ନିଶାରେ 

ଜୟ କରିବାର ଆଶାରେ 

ଜ୍ଞାନକୁ ଧ୍ଵଂସରେ କୃତସଂକଳ୍ପ ମୁଦ୍ରାରେ

ଅନ୍ଧଭକ୍ତ ପରି ପୁରେଇ ଚୁଚୁମି ଚାଲିଥାଏ 

ଛଅ ଖଣ୍ଡ କାଠ

ଶେଷ ଠିକଣାର ପ୍ରସ୍ଥାନ ବିସ୍ମରି ଯାଏ ।


ହେ ପ୍ରଭୁ !

ସୁମତି ପ୍ରଦାନ କର ମହାବାହୁ

ଯୁଦ୍ଧର ତାଣ୍ଡବ

ରକ୍ତ ରଞ୍ଜିତ ହେଲାଣି

 କେତେ ପ୍ରାନ୍ତର ଦେଶ ଖାଣ୍ଡବ

ମଣିଷ ମଣିଷକୁ ମାରୁଛି

ଅଳ୍ପ କିଛି ସ୍ଵାର୍ଥ ପାଇଁ

ମାନବ ହୋଇ ମାନବିକତାହୀନ 

ସଇତାନ ସାଜୁଛି

ଦୁର୍ବଳ ଉପରେ ସବଳର ଅତ୍ୟାଚାର

ରକେଟ ମାଡ଼ ସାଙ୍ଗକୁ ସଭ୍ୟତା ନାରଖାର

କେବେ ରୋକିବ 

ଏ ନର ସଂହାର

କେବେ ଆରମ୍ଭିବ

ବିଶ୍ୱଶାନ୍ତି ସମ୍ଭାର 

ତୁମେ ହିଁ ଶେଷ ଭରସା

ସୃଷ୍ଟି ପାଳନ ଲାଳନ ହାରୀ 

ମୂଳରେ ଶୂଳରେ ତ୍ରିଶୁଳରେ ଶେଷ ଆଶା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract