STORYMIRROR

Shitikantha gaigaria

Abstract

4  

Shitikantha gaigaria

Abstract

ହେ କବିତା

ହେ କବିତା

1 min
411


ହେ ପ୍ରୀତିପୂର୍ଣ୍ଣା "କବିତା"

ପ୍ରେମ ପ୍ରୀତି ପ୍ରବର୍ତ୍ତିକା 

ତୁମେ ଶାଶ୍ଵତ

ତୁମେ ଚିରନ୍ତନ

ତୁମେ ଅବ୍ୟକ୍ତ 

ତ କେବେ ଅଭିମାନ

ତୁମେ ଅନ୍ଧାର ମଧ୍ୟରେ ଆଲୋକର ବର୍ତ୍ତିକା

ପୁଣି କେବେ ଅକୁହା ମନର ଅଲେଖା ସ୍ଵନ୍ଦନ


ସଂଜ୍ଞାହୀନ ସତେ ତଵ ଭାବନାର ପରିଭାଷା

କେବେ ଏହା ସାଗର ପରି ଗଭୀର

ତ ଆଉ କେବେ ଗଗନ ପରି ଅସୀମ

କେବେ ପୁଣି ଦିଗ୍-ବଳୟ ପରି ଦିଗନ୍ତ ବିସ୍ତାରି

ଆଉ କେବେ ସେ ଚାନ୍ଦିନୀ ରାତିର ଶୀତଳ କିରଣ

ତ ପୁଣି ସେ ନିଃସ୍ବାର୍ଥ ବନର ସୁବାସିତ କୁସୁମ 

ବାସ୍ତବରେ ଏ ପ୍ରେମର ପରିଭାଷା ହିଁ ଅନୁପମ


ବେଳେବେଳେ, ଶୁନ୍ୟତାକୁ ପ୍ରଶ୍ନ କରେ 

ତୁମ ସାଥିରେ ମୋର ସମ୍ପର୍କ 

କେଇ ବର୍ଷର ଅବା ପୁଣି ଜନ୍ମାନ୍ତରର

ଅଭିଳାଷିତ ତବ ରଜନୀର କାଦମ୍ବରୀ ବାସ୍ନାରେ 

ଯାହାର ପ୍ରେମ ଭ୍ରମ ସୃଷ୍ଟି କରେ ମନରେ

କ୍ଷଣିକର ସାକ୍ଷାତ ଘଟେ ସ୍ୱପ୍ନର 

ସେ ଅପରିଚିତ ସାମ୍ରାଜ୍ୟରେ 


ମନେ ହୁଏ ସତେ ଯେପରି ଉଦ୍-ଜିବିତ

ସେହି କ୍ଷଣିକ ମରୀଚିକା ପାଇଁ

ଜାଣେ ତବ ଭାବୁକପ୍ରବରଙ୍କ ମଧ୍ୟେ 

ରେଣୁ ମାତ୍ର ମୋର ଜ୍ଞାନର ପରିଧି 

ତଥାପି ଇଚ୍ଛା ହୁଏ ତୁମ ଭିତରେ ହଜିଯିବାକୁ

ପୁଣି ତୁମ ନାୟକର ପରିଚୟ ଦେଇ

ତବ ପ୍ରେମର ସ୍ରୋତରେ ବିଲିପ୍ତ ହେବାକୁ....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract