STORYMIRROR

Shitikantha gaigaria

Inspirational Others

4  

Shitikantha gaigaria

Inspirational Others

ସ୍ନେହୀ ମା

ସ୍ନେହୀ ମା

1 min
260

ତୁହି ଅଟୁ ଜନ୍ମଦାତ୍ରୀ

ତୁହି ପ୍ରାଣ ଦାତ୍ରୀ ଗୋ

ତୋ କୋଳ ରେ ଖେଳି କୁଦି

ବଢ଼ି ଅଛି ମୁହିଁ ଗୋ ।

ଦଶ ମାଶ ଦଶ ଦିନ

ଗର୍ଭେ କଲୁ ଧାରଣ

ଜନମ ଯନ୍ତ୍ରଣା ସହି

ଆଣିଲୁ ଏ ଭୁବନ.......

ତୁ ଅଟୁ ଗୋ ଜନନୀ ମୋ

କେତେବେଳେ ଭଗିନୀ

କି ଶବ୍ଦେ ଉପମା ଦେବି

ପାରୁନି ମୁ ବଖାଣି

ନିଜେ କଷ୍ଟ ସହି ମୋ

ମୁଖେ ଦେଉ ଆହାର

ପଚାରିଲେ କହୁ ପୁଣି

ତୁ ଅଟୁ ମୋ ସଂସାର ।

ନାହିଁ ଆଉ ସେହି ପିଲାଦିନ

କରିବାକୁ ଅଝଟ ତୋ ପାଖେ

ଚିଡ଼ଉନି ତତେ ଆଉ ପ୍ରତିଟି ମୁହୂର୍ତ୍ତେ

ଲୁଚୁ ନାହିଁ ତୋ ପଣତ କାନି ରେ,

ଯେତେବେଳେ କଷ୍ଟ ହୁଏ

ଏ ପ୍ରସ୍ଫୁଟିତ ମନ କୁ

ଯନ୍ତ୍ରଣା ମୋ ଲାଘବିଛୁ

ଟାଣିନେଇ ତୋ ବୈକୁଣ୍ଠ ସମ କୋଳ କୁ ।

ହେଲେ ଖୋଜେ ଆଜି ତୋ ପଣତ

ପୋଛିବାକୁ ମୋ ଅଶ୍ରୁଳ ମୁଖ

ଖୋଜେ ତୋ ମମତା ଭରା ସେ କୋମଳ ନେତ୍ର

ଯା ପାଇଁ ଏ ଦୁଷ୍ଟାମୀ ର ଆଜି ଅବସାଦ

ରାତ୍ରି ଅର୍ଦ୍ଧେ ଏ ସହରେ

ନିଦ୍ରା ଭାଙ୍ଗି ଚମକିଲେ

ଭାବେ ମୁଁ ଯାଆନ୍ତି କି ଫେରି

ସବୁକିଛି ଭୁଲିଭାଳି.

ଡାକନ୍ତି ତତେ ମୁ ଖାଲି.....

ଡାକନ୍ତି ତତେ ମୁ ଖାଲି.....।

         


Rate this content
Log in

Similar oriya poem from Inspirational