STORYMIRROR

Shitikantha gaigaria

Abstract Others Children

3  

Shitikantha gaigaria

Abstract Others Children

ସ୍ନେହୀ ମା

ସ୍ନେହୀ ମା

1 min
238


ତୁହି ଅଟୁ ଜନ୍ମଦାତ୍ରୀ

ତୁହି ପ୍ରାଣ ଦାତ୍ରୀ ଗୋ

ତୋ କୋଳ ରେ ଖେଳି କୁଦି

ବଢ଼ି ଅଛି ମୁହିଁ ଗୋ

ଦଶ ମାଶ ଦଶ ଦିନ

ଗର୍ଭେ କଲୁ ଧାରଣ

ଜନମ ଯନ୍ତ୍ରଣା ସହି

ଆଣିଲୁ ଏ ଭୁବନ

ତୁ ଅଟୁ ଗୋ ଜନନୀ ମୋ

କେତେବେଳେ ଭଗିନୀ

କି ଶବ୍ଦେ ଉପମା ଦେବି

ପାରୁନି ମୁ ବଖାଣି

ନିଜେ କଷ୍ଟ ସହି ମୋ

ମୁଖେ ଦେଉ ଆହାର

ପଚାରିଲେ କହୁ ପୁଣି

ତୁ ଅଟୁ ମୋ ସଂସାର

ନାହିଁ ଆଉ ସେହି ପିଲାଦିନ

କରିବାକୁ ଅଝଟ ତୋ ପାଖେ

ଚିଡ଼ଉନି ତତେ ଆଉ ପ୍ରତିଟି ମୁହୂର୍ତ୍ତେ

ଲୁଚୁ ନାହିଁ ତୋ ପଣତ କାନି ରେ.

ଯେତେବେଳେ କଷ୍ଟ ହୁଏ

ଏ ପ୍ରସ୍ଫୁଟିତ ମନ କୁ

ଯନ୍ତ୍ରଣା ମୋ ଲାଘବିଛୁ

ଟାଣିନେଇ ତୋ ବୈକୁଣ୍ଠ ସମ କୋଳ କୁ

ହେଲେ ଖୋଜେ ଆଜି ତୋ ପଣତ

ପୋଛିବାକୁ ମୋ ଅଶ୍ରୁଳ ମୁଖ

ଖୋଜେ ତୋ ମମତା ଭରା ସେ କୋମଳ ନେତ୍ର

ଯା ପାଇଁ ଏ ଦୁଷ୍ଟାମୀ ର ଆଜି ଅବସାଦ

ରାତ୍ରି ଅର୍ଦ୍ଧେ ଏ ସାହରେ

ନିଦ୍ରା ଭାଙ୍ଗି ଚମଳିଲେ

ଭାବେ ମୁ ଯାଆନ୍ତି କି ଫେରି

ସବୁକିଛି ଭୁଲିଭାଳି

ଡାକନ୍ତି ତତେ ମୁ ଖାଲି

ଡାକନ୍ତି ତତେ ମୁ ଖାଲି ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract