STORYMIRROR

Shitikantha gaigaria

Romance Inspirational Others

3  

Shitikantha gaigaria

Romance Inspirational Others

ଅଭିମାନିନୀ ମୌସୁମୀ

ଅଭିମାନିନୀ ମୌସୁମୀ

1 min
262

ହେ କୁହୁକିନୀ ମୃଗତୃଷ୍ଣା

ତୁମ ନିଃସଙ୍ଗତାରେ

ମୋ କାହାଣୀ ଅଧୁରା

ଆଉ ଜୀବନ ବୃଥା

ହୃଦୟର ଗବାକ୍ଷ ଖୋଲି

କରିଛି ମୁ ନିରନ୍ତର ପ୍ରତୀକ୍ଷା

ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ

ମୌସୁମୀ ଗୋ ତୁମେ ଆସ

ଧରଣୀ ବକ୍ଷ କୁ କରିଦିଅ ସିକ୍ତ

ତେଜି ତବ ମାନରୋଷ ।

 

ଯେତେ ରାଗ ରୁଷା, ମାନ ଅଭିମାନ

ଯାଅ ଗୋ ସେସବୁ ଭୁଲି

ବିଜୁଳି ସଙ୍ଗତେ ଘଡଘଡି ନାଦେ

ମହୀକୁ ଆସ ଗୋ ଫେରି

ହେ ପ୍ରାଣପ୍ରିୟ ମୌସୁମୀ

ତବ ଆଗମନେ ମନ

ହୁଏ ଆନମନା

ଆଉ ସହିହୁଏ ନାହିଁ ତୁମ ବିରହ ବେଦନା ।


ସାଗରର ଯେପରି ନାହିଁ କ୍ଷୟ

ଆକାଶର ନାହିଁ ଆଦି- ଅନ୍ତ

ବାୟୁର ଯେପରି ନାହିଁ ଦିଗ

ମୋ ପ୍ରତୀକ୍ଷା ବି ସେହିପରି ସୀମାହୀନ ଦିଗନ୍ତ

ତୁମେ ମୋ ମନର ମରୁପ୍ରାନ୍ତରେ

ନୀଳ ନିର୍ଝରିଣୀ ସମ

ଝୁରୁଥାଏ ନିତି ତୁମରି ସେ ପ୍ରୀତି

ଚାହିଁଛି ଏ କ୍ଲାନ୍ତ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance