STORYMIRROR

Shitikantha gaigaria

Romance Inspirational

3  

Shitikantha gaigaria

Romance Inspirational

ନିଃସ୍ଵାର୍ଥ ଅପେକ୍ଷାର ଅନ୍ୟନାମ ପ୍ରେମ

ନିଃସ୍ଵାର୍ଥ ଅପେକ୍ଷାର ଅନ୍ୟନାମ ପ୍ରେମ

1 min
204

ଆକାଶ ଦିନେ ପଚାରିଲା ପୃଥିବୀ କୁ

ତୁମେ ଜାଣ ପ୍ରେମର ମାନେ କଣ

ଧରଣୀ ମୁରୁକି ହସି ପ୍ରତ୍ୟୁତ୍ତର ଦେଲା ସମର୍ପଣ!

ଯେଉଁଠି ଥାଏ ସବୁକିଛି ପାଇ

ହରେଇଦେବାର ଭୟ

କିଛି ନପାଇ ଅଶାନ୍ତ ମନର କୋହ

ଆଉପୁଣି ସମୟ ସାଥେ

ଭାଗ୍ୟ ର ବିଡମ୍ବନାର ଡର

ୟା ପରେବି ନିଃସ୍ଵାର୍ଥ ସମର୍ପଣ ହିଁ ପ୍ରେମ

ମୁ ଜାଣେ

ତୁମସହ ମିଳନ କଳ୍ପନା ମାତ୍ର

ମିଳନର ବ୍ୟାକୁଳତା ଦୂଷପ୍ରାପ୍ୟ

ଏହାହିଁ ଶାଶ୍ୱତ, ଚିରନ୍ତନ

ତଥାପି ଇଛା ହୁଏ

ତୁମ ଅସ୍ତିତ୍ୱରେ ନିଜକୁ ଭୁଲେଇ ଦେବାକୁ

ସ୍ବପ୍ନରାଜ୍ୟରେ ତୁମସହ ନିଜକୁ ହଜେଇ ଦେବାକୁ

ଭୁଲିଯିଭାକୁ ସମସ୍ତ କୋହ ଓ ଯାତନା

 କେବଳ ଏତିକି ଜାଣେ

ନିଃସ୍ଵାର୍ଥ ଅପେକ୍ଷାର ଅନ୍ୟନାମ ପ୍ରେମ….



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance