STORYMIRROR

Kali Kumar

Abstract Romance

4  

Kali Kumar

Abstract Romance

ଆଉ କେତେ ଦୂର ?

ଆଉ କେତେ ଦୂର ?

1 min
189

କେବେଠୁ ଚାଲିବା ଆରମ୍ଭ କରିଛି

ସମୟର ରାସ୍ତାରେ, 

କେତେ ଲମ୍ବା ସେ ରାସ୍ତା ?

ଜାଣିଛ କି ? ସତେ ଯେମିତି 

ସେ ରାସ୍ତା ସାପ ପରି ଅଙ୍କାବଙ୍କା,

ଜମା ସଳଖ ନୁହଁ, ତା'ଠି 

କେତେ ଝଡ଼ଝଞ୍ଜା, ପୁଣି କେତେ ଆଶଙ୍କା

ତଥାପି, 

ସେ ବାଟ କଡେ଼ଇ 

ତୁମ ଆଡ଼କୁ ।।


ଛ' ମାସର ପଥ

ଆଗେଇ ଆସିଲିଣି, 

ସମୟର ପାହାଡ଼ି ପାହାଚକୁ ଡେଇଁ ଡେଇଁ

ପାଦରେ ଛାଲି, ଏବେ ପୁଣି

ବୟସ୍କ ଗଛର ବକ୍କଳ ପରି ଫାଟି ଆଁ 

ତଥାପି, 

ଏ ବାଟ ସରୁନି କିଆଁ ?


ଏଯାଏଁ ପହଞ୍ଚି ପାରିଲିନି

ମୋ ଗନ୍ତବ୍ୟ ଘର,

ତେବେ କୁହତ !

ତୁମ ମନର ସବୁଜ ବନାନୀ 

ଆଉ କେତେ ଦୂର ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract