STORYMIRROR

Kali Kumar

Abstract Classics

3  

Kali Kumar

Abstract Classics

ହସ କବିତା

ହସ କବିତା

1 min
170

ମୁଁ ଜାଣେ

ମୋ ପାଇଁ କେହି

ହସ କବିତା ଲେଖିବେ ନାହିଁ

ମୋ ମୃତ୍ୟୁରେ;

କଟାକ୍ଷରେ ସଭିଏଁ କହିବେ

କେହି କ'ଣ ହସି ପାରେ

କାହାରି ମୃତ୍ୟୁରେ ।।


ହେଉ ପଛେ ଶତ୍ରୁ ସେ

ଯେତେ ପ୍ରବଳତର,

ମୃତ୍ୟୁ ତା'ର ନୁହଁ କେବେ

ହାସ୍ୟାସ୍ପଦର, ଅବା ଉଠେ ନାହିଁ

ବ୍ୟଙ୍ଗ କିମ୍ବା କଟାକ୍ଷର ସ୍ୱର,

ମୃତ୍ୟୁ ତା'ର ନୁହଁ କେବେ

ହାସ୍ୟାସ୍ପଦର ।।


ମୋ ମୃତ୍ୟୁରେ ହଠାତ

ଫୁଲ ଭର୍ତ୍ତି ଡାଳ ସବୁ

ଭାଙ୍ଗି ପଡ଼ିବ ଅବଳରେ,

ଦେଖା ଆଦେଖା

ସ୍ୱପ୍ନ ସବୁ ହଜିଯିବ

କେଉଁ ଏକ ଅନ୍ଧାରୀ ମୁଲକରେ ।।

ତା' ପରେ

କେତେ ସବୁ ଫୁଟୁରୁ ଫାଟୁରୁ

ଶୁଭିବ ମୋ ଶୋକ ସଭାରେ

ମୋ ମୃତ୍ୟୁରେ, ମୋ ମୃତ୍ୟୁରେ,

ଯେମିତି ଶେଷ ମଣିଷଟିଏ

ମୁଁ ଥିଲି, ଏ ଧାରା ପୃଷ୍ଠରେ ।।


ମୁଁ ଜାଣେ

ମୋ ପାଇଁ କେହି

ହସ କବିତା ଲେଖିବେ ନାହିଁ

ମୋ ମୃତ୍ୟୁରେ;

କଟାକ୍ଷରେ ସଭିଏଁ କହିବେ

କେହି କ'ଣ ହସି ପାରେ

କାହାରି ମୃତ୍ୟୁରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract