STORYMIRROR

Kali Kumar

Romance Classics

3  

Kali Kumar

Romance Classics

ପରେ କହିବି :୦୩

ପରେ କହିବି :୦୩

1 min
334


ମୋ ଜୀବନରେ

ତୁମର ଅଚାନକ୍ ଅନୁପ୍ରବେଶ ପରେ

ମୁଁ ଅର୍ଜନ କରି ନେଲି

ତୁମ ସାନିଧ୍ୟ, କରୁଣା, ପ୍ରେମ,ପ୍ରୀତି ପ୍ରଣୟ ।


ଆଉ ତୁମେ ?


ତୁମେ କହିଲ, " ଆଗ କଥା ସବୁ, କହିବି ପରେ" ।

ସେତେବେଳେ ଅକସ୍ମାତ୍ , 

ହୃଦୟରେ ମୃଦୁ ଭୂମିକମ୍ପଟିଏ ସୃଷ୍ଟି ହୁଏ

ନିରବଚ୍ଛିନ୍ନ ଆବେଗର ସ୍ରୋତ ବାଧାପ୍ରାପ୍ତ ହୁଏ

ତା' ପରେ, ସମ୍ଭାବନାର ସ୍ଥୂଳତା

ଆଉ ଶରୀରର ସ୍ଥାଣୁତା, 

ଦୁଇ ବିପରିତାମୁଖି ଅଭିଯାନ ଆରମ୍ଭ ହୁଏ,


ଭାବନାର ସ୍ଫୁରଣ ସେଇଠି ସରେ

ସେଇ କେଇ ମୁହୂର୍ତ୍ତରେ, ଅଗଣିତ ଥର

ମୁଁ ଛିଡ଼ା ହୁଏ ମୃତ୍ୟୁର ଦ୍ୱାରେ

ଯେତେବେଳେ ତୁମେ କହିଦିଅ, 

" ଆଗ କଥା ସବୁ, କହିବି ପରେ" 


ତା'ପରେ, 

ଅସହାୟ, ନିଃସହାୟ ଶୁଷ୍କ ତୃଣଟେ ପରି 

ମୁଁ ଭାସିଯାଏ ସମୟର ସୁଅରେ,

ଯେତେବେଳେ ତୁମେ କହିଦିଅ, 

" ଆଗ କଥା ସବୁ, କହିବି ପରେ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance