ସ୍ୱପ୍ନ
ସ୍ୱପ୍ନ
1 min
211
ଅଯଥାରେ ଆଖି ପାଇଁ ଆଉ
କିଣୁ ନାହିଁ କିଛି ନୂଆ ସ୍ୱପ୍ନ ।।
ଯେତେ ସବୁ ପୁରୁଣା ଥିଲା
ସବୁତକ ତ ଏଯାଏଁ ସେମିତି
ଅବହେଳିତ ପ୍ରାପ୍ତି -ଅପ୍ରାପ୍ତିର
ସୀମାନ୍ତ ପ୍ରଦେଶରେ
ସଫଳତା- ବିଫଳତାର ଦ୍ଵନ୍ଦରେ କବଳିତ;
ତଥାପି କହୁଛ ନୂଆ ସ୍ୱପ୍ନ ଦେଖ !
ନୂଆ ଘର ପାଇଁ କାଠି କୁଟା ଯୋଗାଡ଼ କର !
କେମିତି ? ପୁରୁଣା ସବୁ ତ
ଏବେବି ଗୋଟାଏ ଗୋଟାଏ ପ୍ରତିଶ୍ରୁତି ;
ତା' ପରେ
ନୂଆରେ ବି ଅପମିଶ୍ରଣ ଆଉ
ନୂଆ ପାଇଁ ନିଦ କାହିଁ ? ନା ରାତି କାହିଁ ?